କିପରି ନେବେ ଯତ୍ନ

ବେଳେବେଳେ କେଶ ଝଡ଼ିବା, ରୂପି ଆଦି ହେବା କାରଣରୁ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେବେ ବର୍ଷାଦିନେ କେଶର ଯତ୍ନ କିପରି ନେବେ ଜାଣିରଖନ୍ତୁ ….

ବର୍ଷାରେ ଯଦି କେଶ ଓଦା ହୋଇଯାଏ ତେବେ ତୁରନ୍ତ ଘରକୁ ଆସି ସାମ୍ପୁ କରି ଦିଅନ୍ତୁ। ନଚେତ୍‌ ଏଥିରେ ଅଧିକ ଅମ୍ଳ ଥିବାରୁ ଏହା କେଶକୁ ନଷ୍ଟ କରିଦେବ।
ସପ୍ତାହକୁ ଅତି କମ୍‌ରେ ୨ଥର ମୁଣ୍ଡ ସଫା କରନ୍ତୁ । ଫଳରେ କେଶ ମୂଳରେ ଜମି ରହୁଥିବା ମଇଳା ସଫା ହୋଇଯିବ ଆଉ ସଂକ୍ରମଣ ହେବ ନାହିଁ।
ଆଣ୍ଟିବ୍ୟାକ୍ଟେରିଆଲ କିମ୍ବା ଆଣ୍ଟିଫଙ୍ଗାଲ ସାମ୍ପୋରେ କେଶ ସଫା କରିବା କେଶ ପାଇଁ ଲାଭଦାୟକ ।
ସଫା କରିବା ପୂର୍ବରୁ କିଛି ଉଷୁମ ତେଲ କେଶରେ ଲଗାନ୍ତୁ , ଯାହା କେଶକୁ ଆରାମ ପ୍ରଦାନ କରିବା ସହ ମୁଣ୍ଡରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିବ ।
ବର୍ଷାଦିନେ ପରିବେଶ ଅଧିକ ଆର୍ଦ୍ର ଥିବାରୁ ମୁଣ୍ଡରେ ଶୀଘ୍ର ମଇଳା ଜମିଯାଇଥାଏ। ତେଣୁ କେଶ ସଫା କରିବା ପରେ ଏହାକୁ ହାଲ୍‌କା କପଡ଼ା(ମାଇକ୍ରୋଫାଇବର)ରେ ଧୀରେ ଧୀରେ ପୋଛିଦିଅନ୍ତୁ । କାରଣ ଜୋରରେ ପୋଛିବା ଦ୍ୱାରା କେଶ ମୂଳ ନଷ୍ଟ ହୋଇଥାଏ ଏବଂ କେଶ ଉପୁଡିବାର ସମ୍ଭାବନା ରହିଥାଏ।
ବର୍ଷା ଦିନେ ମୁଣ୍ଡରୁ ରୂପି ଦୂର କରିବା ପାଇଁ ଘରୋଇ ଉପାୟ ଆପଣାନ୍ତୁ। ରାସାୟନିକ ଦ୍ରବ୍ୟ ବଦଳରେ ଅର୍ଗାନିକ ହେୟାର ଅଏଲ ଓ ସାମ୍ପୁ ଲଗାନ୍ତୁ । ଏହା କେଶ ମୂଳରେ ରହି କେଶକୁ ଶକ୍ତ କରିବ ।