କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ।

ଫିଟ୍‌ନେସ୍‌କୁ ଠିକ୍‌ ରଖିବା ପାଇଁ ପ୍ରତିଦିନ ହାଲ୍‌କା ବ୍ୟାୟାମ କରନ୍ତୁ। ଏହା ସହ ଅଧିକ ଫଳ ଓ ସାଲାଡ, ଗଜା ହୋଇଥିବା ବିଭିନ୍ନ ଶସ୍ୟ, ଦହି, ପନିର ଆଦି ଅଧିକ ଖାଆନ୍ତୁ। ମାନସିକ ଚାପ କମ୍‌ କରିବା ପାଇଁ ମଧ୍ୟ ଯୋଗ କିମ୍ବା ମେଡିଟେଶନ କରନ୍ତୁ।
ନିୟମିତଭାବେ ତ୍ୱଚାର କ୍ଲିଂଜିଂ, ଟୋନିଂ ଏବଂ ମଶ୍ଚରାଇଜିଂ କରନ୍ତୁ।
ବିବାହର କିଛିଦିନ ପୂର୍ବରୁ ହଳଦୀ ଲଗାଇବା ବନ୍ଦ କରିଦିଅନ୍ତୁ। କାରଣ ତ୍ୱଚାରୁ ହଳଦୀ ରଙ୍ଗ ସହଜରେ ଛାଡ଼ି ନ ଥାଏ। ଫଳରେ ମେକ୍‌ଅପ୍‌ ସମୟରେ ଅସୁବିଧା ହୁଏ।
ସପ୍ତାହକୁ ଅତିକମ୍‌ରେ ୩ଥର ରାତିରେ ଶୋଇବା ପୂର୍ବରୁ ଲେମ୍ବୁରସ ଓ କଞ୍ଚାକ୍ଷୀର ଲଗାନ୍ତୁ। ଏହା ପ୍ରାକୃତିକ କ୍ଲିଜର ଓ ଆଷ୍ଟ୍ରିଜେଣ୍ଟ ଭଳି କାମ ଦିଏ ଓ ସ୍କିନ୍‌ର ଚମକ ବଢ଼ାଏ।
ଆଳୁକୁ ପତଳା କରି କାଟି ମୁହଁରେ ଘଷନ୍ତୁ, ତାହା ସ୍କ୍ରବ୍‌ ଭଳି କାମ ଦେବ।
ସପ୍ତାହକୁ ଅତିକମ୍‌ରେ ଥରେ ସ୍କ୍ରବ୍‌ କରନ୍ତୁ।
ଠିକ୍‌ ସମୟରେ ଏବଂ ଅତିକମ୍‌ରେ ୮ ଘଣ୍ଟା ଶୁଅନ୍ତୁ। ଫଳରେ ଆଖି ତଳେ ଡାର୍କ ସର୍କଲ ହେବ ନାହିଁ।
ମେକ୍‌ଅପ୍‌ ସାମଗ୍ରୀ ସବୁ ଆଗରୁ କିଣି ବ୍ୟବହାର କରନ୍ତୁ। ତ୍ୱଚାକୁ ତାହା ସୁଟ୍‌ କରୁଛି କି ନା ଜଣାପଡ଼ିଯିବ।
ବାହାରକୁ ଯାଉଥିଲେ ସନ୍‌ସ୍କ୍ରିନ୍‌ ଲୋସନ ନିଶ୍ଚିତ ଲଗାନ୍ତୁ। ମେନିକିଓର ଓ ପେଡିକିଓର ମଧ୍ୟ କରନ୍ତୁ।
କେଶ ଯଦି ଡ୍ରାଏ ହୋଇଥାଏ ତେବେ ପ୍ରତି ୩ଦିନରେ ଥରେ ତେଲ ଗରମ କରି ଲଗାନ୍ତୁ। ମାସକୁ ଥରେ କିମ୍ବା ୨ ଥର ହେୟାର ସ୍ପା ମଧ୍ୟ କରନ୍ତୁ।
ଫେସିଆଲ କରିବାର ୨ଦିନ ପରେ ସ୍କିନ୍‌ରେ ଗ୍ଲୋ ଆସିଥାଏ। ତେଣୁ ବିବାହର ୨ଦିନ ଆଗରୁ ହିଁ ଫେସିଆଲ କରନ୍ତୁ। ସ୍କିନ୍‌ ଅନୁସାରେ ଫ୍ରୁଟ୍‌, ଅରୋମା, ପର୍ଲ, ଗୋଲ୍ଡ କିମ୍ବା ଡାଏମଣ୍ଡ ଆଦି ଯେକୌଣସି ପ୍ରକାର ଫେସିଆଲ କରନ୍ତୁ।
ବିବାହର ସପ୍ତାହେ ପୂର୍ବରୁ କୌଣସି ପ୍ରକାର ନୂଆ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri