Advertisement

ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା କରନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଯଦି ଆପଣ ତୃତୀୟ ଏସିର ଟିକେଟ ବୁକ କରିଛନ୍ତି, ତେବେ କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ, ଆପଣଙ୍କ ସିଟ୍‌ ପ୍ରଥମ ଏସିକୁ ଅପଗ୍ରେଡ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ମଧ୍ୟ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ରେଳବାଇର ଏହି ନିୟମ।

ରେଳବାଇର ଏହି ସୁବିଧାକୁ ଅଟୋମେଟିକ୍‌ ଅପ୍‌ଗ୍ରେଡେଶନ୍‌ ଯୋଜନା କୁହାଯାଏ। ଏହି ଯୋଜନା ଅନୁଯାୟୀ ଯଦି ଆପଣଙ୍କର ବୁକ ହୋଇଥିବା ତୃତୀୟ ଏସି ଟିକେଟ RAC ରେ ଅଛି ଏବଂ ଟ୍ରେନ ଛାଡିବା ପୂର୍ବରୁ ପ୍ରଥମ ଏସିରେ ସିଟ ଖାଲି ଅଛି, ତେବେ ସିଷ୍ଟମ ସ୍ବୟଂଚାଳିତ ଭାବରେ ଆପଣଙ୍କ ଟିକେଟ ପ୍ରଥମ ଏସିକୁ ଅପଗ୍ରେଡ କରିପାରିବ।

ତେବେ ଏହି ସୁବିଧା କେବଳ ସେତେବେଳେ ପ୍ରଯୁଜ୍ୟ ଯଦି ଆପଣ ଟିକେଟ ବୁକିଂ ସମୟରେ ‘Consider for Auto Upgradation’ ବିକଳ୍ପକୁ ଚୟନ କରିଛନ୍ତି। ଏହି ବିକଳ୍ପକୁ ଟିକ୍‌ ନକଲେ ଆପଣ ଏହି ସୁବିଧାର ଲାଭ ପାଇବେ ନାହିଁ।

ଆଉ ଏକ କଥା ମନେରଖନ୍ତୁ ଯେ କେବଳ କନଫର୍ମ କିମ୍ବା RAC ଟିକେଟଗୁଡ଼ିକୁ ଅପଗ୍ରେଡ କରାଯାଏ। ଯଦି ଆପଣଙ୍କର ଟିକେଟ ଓ୍ବେଟିଂ(ଅପେକ୍ଷା) ତାଲିକାରେ ଅଛି, ତେବେ ଆପଣଙ୍କୁ ଏହି ସୁବିଧାର ଲାଭ ମିଳିବ ନାହିଁ।

ଅପଗ୍ରେଡେସନ କ୍ଷେତ୍ରରେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଏକ SMS କିମ୍ବା ଇମେଲ ମାଧ୍ୟମରେ ସୂଚିତ କରାଯାଏ, ଯାହା ଦ୍ୱାରା ସେମାନେ ନୂତନ ବର୍ଥ ଏବଂ କୋଚ ବିଷୟରେ ସମୟ ମଧ୍ୟରେ ସୂଚନା ପାଇପାରିଥାନ୍ତି। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଥାର୍ଡ AC ରେ ଟିକେଟ ବୁକ କରିବେ, ଏହି ଛୋଟ ବିକଳ୍ପକୁ ଟିକ୍‌ କରିବାକୁ ଭୁଲନ୍ତୁ ନାହିଁ। ଫଳରେ ଆପଣଙ୍କର ଯାତ୍ରା ଆହୁରି ଆରାମଦାୟକ ହୋଇଯାଇପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share