ପସନ୍ଦ ଆସୁନି ଆଧାରକାର୍ଡ ଫଟୋ, ଏପରି ବଦଳାନ୍ତୁ…

ନୂଆଦିଲ୍ଲୀ,୧୪।୨: ଭାରତରେ ସବୁ ନାଗରିକଙ୍କୁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଆପଣଙ୍କର ସବୁ ବାୟୋଡେଟା ସହ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିଥାଏ। କିଛିଜଣଙ୍କୁ ଆଧାରକାର୍ଡରେ ଥିବା ଏହି ଫଟୋ ପସନ୍ଦ ଆସେନାହିଁ। ଯଦି ଏପରି ହୋଇଥାଏ ତେବେ ଏହାକୁ ଆପଣ ଅତି ସହଜରେ ପରିବର୍ତ୍ତନ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଧାରକାର୍ଡ ସେଣ୍ଟର ଯିବାକୁ ପଡିବ। ଆସନ୍ତୁ ଜାଣିବା…

ପ୍ରଥମେ ଆପଣଙ୍କ ଫୋନ କିମ୍ବା ଲାପଟପରେ appointment.Uidai.gov.in ଲଗଇନ୍‌ କରନ୍ତୁ। ବର୍ତ୍ତମାନ ପିନ୍‌କୋଡ ସାହାଯ୍ୟରେ ଆପଣଙ୍କର ନିକଟତମ ଆଧାର କେନ୍ଦ୍ର ବିଷୟରେ ଜାଣନ୍ତୁ। ଏହା ପରେ, କେନ୍ଦ୍ରକୁ ଯାଇ ଆପଣ ଆପଣଙ୍କର ଆଧାରରେ ଫଟୋ ବଦଳାଇ ପାରିବେ। ଫଟୋ ବଦଳାଇବାକୁ ହେଲେ ଆପଣଙ୍କୁ ୧୦୦ଟଙ୍କା ଦେବାକୁ ପଡିବ। ଏହାର ପ୍ରତିବଦଳରେ, ଆପଣ ଏକ ସ୍ଲିପ ମଧ୍ୟ ପାଇବେ ଯେଉଁଥିରେ ଅପଡେଟ ରିକ୍ୟୁଷ୍ଟେ ନମ୍ବର (URN) ରହିବ ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଆବେଦନକୁ ଟ୍ରାକ କରିପାରିବେ। ଏହି ପ୍ରକ୍ରିୟା ପାଇଁ ୯୦ଦିନ ସମୟ ଲାଗିବ।

Share