Posted inଫୁରସତ

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି।

ନିକଟରେ ପ୍ରେମାନନ୍ଦ ମହାରାଜଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ମହାରାଜଙ୍କ ନିକଟରେ ତାଙ୍କର ସମସ୍ୟା କହିଥିଲେ।

ମହିଳା ଜଣକ କହିଥିଲେ, ” ଶୀତଦିନେ ଦୈନିକ ଚିନ୍ତା କରୁଛି ଶୀଘ୍ର ଉଠିବି, କିନ୍ତୁ ଉଠିପାରୁ ନାହିଁ, ବହୁତ ଅଳସୁଆମୀ ରହୁଥିବାରୁ ନାନା ପ୍ରକାର ନକାରାତ୍ମକ ସ୍ବପ୍ନ ମନକୁ ଆସୁଛି।”

ଏହା ଶୁଣି ପ୍ରେମାନନ୍ଦ ମହାରାଜ କହିଥିଲେ, ”ଅଧିକ ସ୍ବପ୍ନ ସେମାନଙ୍କୁ ଆସିଥାଏ, ଯେଉଁମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇରହିଥାନ୍ତି। ଯଦି ଆପଣ 24 ଘଣ୍ଟାରୁ 5 ଘଣ୍ଟା ଶୋଇବେ ତେବେ କୌଣସି ସ୍ବପ୍ନ ଆସିବ ନାହିଁ। ସେହିପରି ନିଦରୁ ଥିବା ପରେ ନିଜର ଈଶ୍ୱରଙ୍କୁ ସ୍ମରଣ କଲେ ସବୁ ଠିକ ରହିବ। କୌଣସି ଖରାପ ସ୍ବପ୍ନ ଆସିବ ନାହିଁ।

ଆଗକୁ ପ୍ରେମାନନ୍ଦ ମହାରାଜ କହିଥିଲେ, ‘ଯେଉଁ ଲୋକ ଦୈନିକ ରାତିରେ ବିଳମ୍ବରେ ସୋଇ ସକାଳୁ ଶୀଘ୍ର ଉଠିଥାନ୍ତି, ତାଙ୍କଠାଏ ମନୁଷ୍ୟତ୍ୱ ନୁହେଁ, ପଶୁତା ରହିଥାଏ। ଏଥିପାଇଁ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଆବଶ୍ୟକ।

ଯେଉଁ ଲୋକ ସକାଳୁ ବିଳମ୍ବ ପର୍ଯ୍ୟନ୍ତ ହୋଇଥାନ୍ତି, ସେ ଲୋକମାନେ ନା ଆଧ୍ୟାତ୍ମକୁ ବୁଝିଥାନ୍ତି ନା ଧର୍ମକୁ ବୁଝିଥାନ୍ତି।

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ‘ଏଥିପାଇଁ ସକାଳୁ ସମୟରେ ଉଠିବା ଏବଂ ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଏହାର ଅଭ୍ୟାସ ଏକ ମାସ ପର୍ଯ୍ୟନ୍ତ କରନ୍ତୁ। ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହେବା ଉଚିତ।

କାରଣ ଭଗବାନଙ୍କ ନାମଜପରେ ବହୁତ ଶକ୍ତି ରହିଥାଏ। ଏଥିପାଇଁ ଚରିତ୍ର ପବିତ୍ର ରଖନ୍ତୁ ଏବଂ ଦୈନିକ ନାମଜପ କଲେ, ପ୍ରତ୍ୟେକ୍ଷ କ୍ଷେତ୍ରର ଉନ୍ନତି ହେବ। ଯଦି ଚରିତ୍ର ପବିତ୍ର ନ ରୁହେ ଏବଂ ନାମଜପ ନ କରିପାରନ୍ତି, ତେବେ କିଛି କଲେ ମଧ୍ୟ ଉନ୍ନତି ହୋଇନଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଚାଣକ୍ୟଙ୍କ ଏହି ୪ଟି କଥା ଜାଣିଲେ ପଶ୍ଚାତାପ କରିବେନି

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ବିଶ୍ୱ ଧ୍ୱଂସ ପାଇବା ନେଇ ଏବେଯାଏ କେତେ ଭବିଷ୍ୟବାଣୀ ହୋଇଛି, ସବୁଠାରୁ ଭୟଙ୍କର ଭବିଷ୍ୟବାଣୀ କେଉଁଟି?

ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଯିଏ ଆସିଛି ସେ ନିଶ୍ଚିତ ଯିବେ। ଯିଏ ଜନ୍ମ ହୋଇଛି ତାହାର ମୃତ୍ୟୁ ନିଶ୍ଚିତ। ଯେପରି ବ୍ରହ୍ମଙ୍କୁ ସୃଷ୍ଟି କରାଯାଇଥିଲା,...

ଏହି ଧର୍ମର ଲୋକ ଏଲିଅନଙ୍କୁ ପୂଜା କରନ୍ତି, ତୋଳିଲେଣି ୬୦୦ରୁ ଅଧିକ ମନ୍ଦିର

ବ୍ରାଜିଲର ‘ସୂର୍ଯ୍ୟୋଦୟ ଉପତ୍ୟକା’ କିମ୍ବା ‘ଉଦୟ ଉପତ୍ୟକା’ ଏପରି ଏକ ଧର୍ମ ଯାହା ଏହାର ଅନନ୍ୟ ବିଶ୍ୱାସ ଏବଂ ଏଲିଏନଙ୍କ ପୂଜା ପାଇଁ ସାରା ବିଶ୍ୱରେ...

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର...

କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?

ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image