Categories: ଫୁରସତ

କେଇ ମିନିଟ୍‌ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍‌କୁ ଯାଇ ସର୍ଚ୍ଚ କରନ୍ତୁ…

ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି ଜହ୍ନର ପରିକ୍ରମା କରିହେବ। ଆଶ୍ଚର୍ଯ୍ୟ ହେଉଛନ୍ତି କି। ବାସ୍ତବରେ ଏହା ସମ୍ଭବ। ଏଥିଲାଗି ଗୁଗୁଲ୍‌ ଆପଣଙ୍କ ସହାୟତା କରିବ। କାରଣ ଏହି ସର୍ଚ୍ଚ ଇଞ୍ଜିନ ନିକଟରେ ଗୋଟିଏ ନୁହେଁ ଅନେକ ଫିଚର୍ସ ରହିଛି। ସେଭଳି ଗୋଟିଏ ହେଲା ‘ଗୁଗୁଲ ମୁନ୍‌’।
୨୦୧୭ରେ ଲଞ୍ଚ ହୋଇଥିବା ଏହି ଫିଚର ବିଷୟରେ ଅନେକ ଅନଭିଜ୍ଞ ଅଛନ୍ତି। ଜାଣନ୍ତୁ ପୂରା ପ୍ରୋସେସ୍‌:-
-ସର୍ବପ୍ରଥମେ ଗୁଗୁଲ ସର୍ଚ୍ଚକୁ ଯାଇ ‘ଗୁଗୁଲ ମୁନ୍‌’ ଟାଇପ୍‌ କରନ୍ତୁ।  ଏହାପରେ ଆସୁଥିବା ପ୍ରଥମ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ।
-କ୍ଲିକ୍‌ ପରେ ଜହ୍ନପୃଷ୍ଠ ନଜର ଆସିବ। ଏହାକୁ ଜୁମ୍‌ କରି ଆପଣ ଚନ୍ଦ୍ରକୁ ଦେଖିପାରିବେ।
Share