କେମିତି ରହିବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ ପୁରୁଣା। ୧୯୯୭ରେ ଭାରତ ବ୍ରିଟେନ୍‌ଠାରୁ ସ୍ବାଧୀନତା ପ୍ରାପ୍ତିର ୫୦ତମ ବର୍ଷପୂର୍ତ୍ତି ପାଳନ କରୁଥିଲା। ସେତେବେଳେ ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ଏବଂ ଭାରତ ସରକାର ଏହି ଉତ୍ସବରେ କୁଇନ୍‌ ଏଲିଜାବେଥ୍‌ଙ୍କୁ ଅତିଥି କରିବା ପାଇଁ ଯୋଜନା କରିଥିଲେ। ତେବେ ମେ’ରେ ଅନୁଷ୍ଠିତ ନିର୍ବାଚନରେ ଜନ୍‌ ମେଜରଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ଟୋନି ବ୍ଲେୟାରଙ୍କ ଲେବର ପାର୍ଟିଠାରୁ ହାରିଯାଇଥିଲା। ଭାରତରେ ମଧ୍ୟ ଇନ୍ଦର କୁମାର ଗୁଜରାଲଙ୍କ ନେତୃତ୍ୱରେ ମିଳିତ ସରକାର ଗଠନ ହେଲା।
ଏଲିଜାବେଥ୍‌ ଅକ୍ଟୋବରରେ ଭାରତ ଆସିବା ପୂର୍ବରୁ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ସହ ପାକିସ୍ତାନରେ ଅଟକିଯାଇଥିଲେ। ଇସ୍‌ଲାମାବାଦର ଏକ ସରକାରୀ କାର୍ଯ୍ୟକ୍ରମରେ ଏଲିଜାବେଥ୍‌ କହିଥିଲେ, କଶ୍ମୀର ପ୍ରସଙ୍ଗ ଉପରେ ଭାରତ ଓ ପାକିସ୍ତାନ ମତଭେଦ ଦୂରକରି ସମାଧାନ କରିବା ଉଚିତ। ରାଣୀଙ୍କ ସହ ଗସ୍ତ କରିଥିବା ବ୍ରିଟିଶ୍‌ ଫରେନ୍‌ ସେକ୍ରେଟାରି ରୋବିନ୍‌ କୁକ୍‌ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କୁ ଭେଟିବା ପରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସବୁ ବିଗିଡ଼ିଯାଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ ବ୍ରିଟେନ୍‌କୁ ଏକ ‘ତୃତୀୟ ଶ୍ରେଣୀର ଶକ୍ତି’
ଭାବେ ଅଭିହିତ କରିଥିଲେ। ବ୍ରିଟେନ୍‌ର ଏଭଳି ଆଭିମୁଖ୍ୟକୁ ଭାରତରେ ଦୃଢ଼ ନିନ୍ଦା କରାଯାଇଥିଲା। କୁଇନ୍‌ ଏଲିଜାବେଥ୍‌ଙ୍କ ଗସ୍ତ କେବଳ ଏକ ଔପଚାରିକତାରେ ସୀମିତ ହୋଇଯାଇଥିଲା। ଏହା ଏକ କୂଟନୈତିକ ବିପର୍ଯ୍ୟୟ ଥିଲା। କଶ୍ମୀର ଉପରେ ଲେବର ପାର୍ଟିର ଆଭିମୁଖ୍ୟ ଏବଂ ଏହାର ପାକିସ୍ତାନ ପ୍ରୀତି ଯୋଗୁ ଭାରତ ଏବଂ ବ୍ରିଟିଶ୍‌ ଇଣ୍ଡିଆନ୍‌ କମ୍ୟୁନିଟି ସହ ବ୍ରିଟେନ୍‌ର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।
ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଏହା ପରେ ଜେରେମି କୋର୍ବିନ୍‌ଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ବ୍ରିଟେନ୍‌ ପାର୍ଲାମେଣ୍ଟରେ ଭାରତ ବିରୋଧୀ ସଂକଳ୍ପନାମା ‘କଶ୍ମୀରରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଏବଂ ଜାତିସଂଘ ନେତୃତ୍ୱରେ ଗଣଭୋଟର ଆହ୍ବାନ’କୁ ଗୃହୀତ କରାଇଥିଲେ। ଏହାକୁ ସେତେବେଳେ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷବାଦୀ ଆଭିମୁଖ୍ୟ ବୋଲି କେନ୍ଦ୍ରର ମୋଦି ସରକାର ବିବେଚନା କରିଥିଲେ। କୋର୍ବିନ୍‌ଙ୍କ ନିକଟକୁ ଶତାଧିକ ଭାରତୀୟ ଗୋଷ୍ଠୀ ପତ୍ର ଲେଖି ଏହାର ପ୍ରତିବାଦ ଜଣାଇଥିଲେ। ବ୍ରିଟିଶ୍‌-ଭାରତୀୟ ଭୋଟର ଲେବର ପାର୍ଟି ବିରୋଧରେ କଞ୍ଜରଭେଟିଭ୍‌ ପାର୍ଟିକୁ ବିପୁଳ ଭୋଟରେ ଜିତାଇଥିଲେ। ନିର୍ବାଚନରେ ପରାଜୟ ପାଇଁ କଶ୍ମୀର ସଂକଳ୍ପନାମାକୁ ଲେବର ପାର୍ଟି ଅଧ୍ୟକ୍ଷ ଇଆନ୍‌ ଲାଭେରି ଦାୟୀ କରିଥିଲେ। ଏହା ପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଲେବର ପାର୍ଟିର କୋହଳ ମନୋଭାବକୁ ନେଇ ମଧ୍ୟ ଭାରତ ସହ ଏହାର ସମ୍ପର୍କ ଖରାପ ହୋଇଛି। ତେଣୁ ଲେବର ପାର୍ଟି କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ କିପରି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା...

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ...

୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା...

ବେରୁଟ୍‌ରେ ବସିଥିବା ହେଜବୋଲ୍ଲା କମାଣ୍ଡରଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌

ବେରୁଟ୍‌,୪।୧୦: ଇସ୍ରାଏଲର ଯୁଦ୍ଧ ବିମାନ ବେରୁଟ୍‌ର ଦହିଆ ଅଞ୍ଚଳରେ ଏକ ଭୂତଳ ବଙ୍କର ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ହେଜବୋଲ୍ଲାର ବରିଷ୍ଠ ନେତାମାନେ ଏଠାରେ...

ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି...

ବ୍ୟାନ୍‌ ହୋଇଯିବ OnePlus, iQOO, POCO, ଚାଇନା କମ୍ପାନୀକୁ ନେଇ…

ନୂଆଦିଲ୍ଲୀ,୪।୧୦: ଭାରତରେ ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା ବହୁତ ଅଧିକ। ବର୍ତ୍ତମାନ, ଦେଶରେ OnePlus, iQOO, POCO ଭଳି ବ୍ରାଣ୍ଡଗୁଡ଼ିକ ଟ୍ରେଣ୍ଡରେ ଅଛି। ଫ୍ଲିପକାର୍ଟର ଫେଷ୍ଟିଭାଲ...

ଅର୍ଥନୀତିକୁ ଯୁଦ୍ଧ ଭୟ

ମୁମ୍ବାଇ/ନ୍ୟୁୟର୍କ,୪ା୧୦: ପାର୍ବଣ ଋତୁରେ ସାଧାରଣତଃ ଭାରତୀୟ ଶେୟାର ବଜାର ଫୁଲିଉଠିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅକ୍ଟୋବର ଆରମ୍ଭରୁ ଷ୍ଟକ୍‌ ମାର୍କେଟ...

ଇରାନରେ ବିଷାକ୍ତ ମଦ ପିଇ ୨୬ରୁ ଅଧିକ ମୃତ

ତେହେରାନ, ୩।୧୦: ଇରାନରେ ମିଥାନୋଲ ମିଶ୍ରିତ ବିଷାକ୍ତ ମଦ ପିଇ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାନେଇ ଗୁରୁବାର ଦେଶର ସରକାରୀ ମିଡିଆ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri