Categories: ଜାତୀୟ

ଅଧ୍ୟକ୍ଷ ହେବାର ୨୫୦ ଦିନ ପରେ ବି ଗଠନ ହୋଇପାରିଲାନି ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୬।୬: ଆଉ ମାତ୍ର ୪ ମାସ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୁରନ୍ତ ସାରା ଦେଶରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ। ହେଲେ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ବି କଂଗ୍ରେସ ଓ୍ବାର୍କିଂ କମିଟି ଗଠନ ହୋଇ ପାରିଲା ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୦୨୪ ଲୋକ ସଭା ନିର୍ବାଚନରେ ଖାର୍ଗେ କେମିତି ମୁକାବିଲା କରିବେ। ଖାର୍ଗେ ଅଧ୍ୟକ୍ଷ ହେବା ପ୍ରାୟ ୨୫୦ ଦିନ ହୋଇଗଲାଣି। ହେଲେ ଏବେ ପର୍ଯ୍ୟନ୍ତ ସେ ତାଙ୍କ ଟିମ ଗଠନ କରିପାରିଲେ ନାହିଁ। ଏପଟେ ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ସମେତ କିଛି ରାଜ୍ୟରେ ଦଳୀୟ କନ୍ଦଳ ବଢିବାରେ ଲାଗିଛି। ଏହାକୁ ସମାଧାନ କରିବା ଏବେ ଖାର୍ଗେଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି।

Share