ବର୍ଷାଦିନେ ମହିଳାମାନେ କେମିତି ରହିବେ ସୁସ୍ଥ: ଆପଣାନ୍ତୁ ଏହି ଉପାୟ

ସ୍ବାସ୍ଥ୍ୟ ହିଁ ସମ୍ପଦ। ବର୍ଷକ ୧୨ମାସ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ହୋଇଥାଏ। ତାହା ଯେଉଁ ଋତୁ ହେଉ ନା କାହିଁକି ଜଣେ ନିଜକୁ ବିଭିନ୍ନ ରୋଗଠାରୁ ଦୂରେଇ ରଖିବା ହେଉଛି ବଡ଼ କଥା। ଏବେ ତ ବର୍ଷାଦିନ। ଏହି ସମୟରେ ବିଶେଷଭାବରେ ମହିଳାମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ନିହାତି ଦରକାର।

ବର୍ଷାଦିନେ ମହିଳାମାନେ ନିଜକୁ କିପରି ସୁସ୍ଥ ରଖିବେ ଏବଂ ତା’ ସହ ଅନ୍ୟାନ୍ୟ ବିଷୟ ପ୍ରତି ସତର୍କ ରହିବେ ସେ ବିଷୟରେ ଉପସ୍ଥାପନା…
ପରିଷ୍କାର ପରିଚ୍ଛନ୍ନତା : ବର୍ଷାଋତୁରେ ମହିଳାମାନେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। କେତେକ ସମୟରେ ଆମେ ହାତ ନ ଧୋଇ ସେହି ହାତରେ କିଛି ହାଲ୍‌କା ଖାଦ୍ୟ ଖାଇଦେଉ। ଏହାଦ୍ୱାରା ହାତରେ ଲାଗିଥିବା ଜୀବାଣୁ ଖାଦ୍ୟ ମାଧ୍ୟମରେ ପେଟ ଭିତରକୁ ଯାଇଥାଆନ୍ତି। ଫଳରେ ପରବର୍ତ୍ତୀ ସମୟରେ ଆମେ ଅଯଥାରେ କେତେକ ପେଟଜନିତ ରୋଗର ସମ୍ମୁଖୀନ ହୋଇଥାଉ। ତେଣୁ ବର୍ଷାଦିନେ ହାତକୁ ପରିଷ୍କାର ଭାବରେ ସାବୁନ୍‌ କିମ୍ବା ହ୍ୟାଣ୍ଡଓ୍ବାଶ୍‌ରେ ଧୁଅନ୍ତୁ। ହାତ ଅପରିଷ୍କାର ରହିଲେ ଏବଂ ସେହି ହାତରେ ମୁହଁକୁ ଛୁଇଁଲେ ଚର୍ମଜନିତ ରୋଗ ହେବା ଆଶଙ୍କା ରହିଛି। ଯଦି ଆପଣଙ୍କର ହାତ ଅପରିଷ୍କାର ଅଛି ତେବେ କଦାପି ସେହି ହାତକୁ ମୁହଁରେ ଲଗାନ୍ତୁ ନାହିଁ। କେବଳ ମୁହଁ ନୁହେଁ, ଏହି ହାତ ସଂସ୍ପର୍ଶରେ ଯଦି ନାକ, ଆଖି ଆଦି ଆସନ୍ତି ତେବେ ଏଥିରେ ଥିବା ଜୀବାଣୁ ରୋଗ ସୃଷ୍ଟି କରିପାରନ୍ତି। ତେଣୁ ହାତକୁ ସବୁବେଳେ ପରିଷ୍କାର ରଖନ୍ତୁ।
ଘର ପରିବେଶ : ବର୍ଷାଦିନେ ମ୍ୟାଲେରିଆ,ଡେଙ୍ଗୁ ଏବଂ ଝାଡାବାନ୍ତି ଆଦି ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥାଏ। ତେଣୁ ଘରର ଭିତର ଏବଂ ବାହାର ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଘର ଚାରିପଟରେ ଯଦି ଅଦରକାରୀ ଜିନିଷ ଜମା ହୋଇ ରହିଛି ତେବେ ସେଗୁଡ଼ିକୁ ପରିଷ୍କାର କରିଦିଅନ୍ତୁ। ନ ହେଲେ ସେଥିରେ ପାଣି ଜମି ରହିଲେ ମଶା ସେଠାରେ ନିଜର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ଏହି ଋତୁରେ ନିଜକୁ ସୁସ୍ଥ ରଖିବା ଲାଗି ଘରର ପରିବେଶ ଯେମିତି ସବୁବେଳେ ପରିଷ୍କାର ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ଖାଦ୍ୟପେୟ : ବର୍ଷାଦିନେ ନିଜକୁ ସୁସ୍ଥ ରଖିବା ପଛରେ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମୟରେ ଏଭଳି ଖାଦ୍ୟ ଖାଆନ୍ତୁ ନାହିଁ ଯାହା ପେଟଜନିତ ସମସ୍ୟା ସୃଷ୍ଟି କରିବ। ହୁଏତ ଏଥିପାଇଁ ଆପଣଙ୍କୁ ହସ୍ପିଟାଲରେ ଆଡମିଶନ ହୋଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ତେଣୁ ବର୍ଷାଦିନେ ବାହାର ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ପନିପରିବା କାଟିବା ପୂର୍ବରୁ ଏବଂ ପରେ ତାହାକୁ ଭଲ ଭାବରେ ଧୁଅନ୍ତୁ। ଯଦି ଫଳମୂଳ ଖାଉଛନ୍ତି ତେବେ ସେଗୁଡ଼ିକୁ ମଧ୍ୟ ପରିଷ୍କାର ଭାବରେ ଧୋଇବା ଦରକାର। ଏହି ଋତୁରେ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଭୋଜିଭାତକୁ ଯେତେ ଆଭୋଏଡ୍‌ କରିବେ ଭଲ। ଆମ ଶରୀରରେ ଜଳୀୟ ଅଂଶ ସବୁବେଳେ ସନ୍ତୁଳିତ ରହିବା ଦରକାର। ଏହି ଋତୁରେ ପାଣିକୁ ଫୁଟାଇ ତାହାକୁ ଥଣ୍ଡାକରି ପିଅନ୍ତୁ। ପାନୀୟ ଜଳକୁ ସବୁବେଳେ ଘୋଡ଼ାଇ ରଖନ୍ତୁ। ଟ୍ୟାପ୍‌ ପାଣି ପିଅନ୍ତୁ ନାହିଁ। କାରଣ ବର୍ଷାଦିନେ ପାଣି ଯୋଗୁ କେତେକ ରୋଗ ସୃଷ୍ଟି ହୋଇଥାଏ। ପ୍ରସ୍ତୁତ ଖାଦ୍ୟଗୁଡ଼ିକୁ ଘୋଡ଼ାଇ ରଖନ୍ତୁ। ବାସିଖାଦ୍ୟ ଖାଆନ୍ତୁ ନାହିଁ। ଖାଦ୍ୟକୁ ଉଷୁମ ଥିବା ସମୟରେ ଖାଆନ୍ତୁ। ଏହି ଋତୁରେ ହର୍ବାଲ ଟି’, ସୁପ୍‌ ଆଦି ପିଇପାରନ୍ତି।
ସ୍ବାସ୍ଥ୍ୟର ଯତ୍ନ : ଯେଉଁ ଋତୁ ହେଉ ନା କାହିଁକି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ଦରକାର। ବିଶେଷଭାବରେ ବର୍ଷାଦିନେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ବହୁଳ ଭାବରେ ଦେଖାଦେଇଥାଏ। ତେଣୁ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଯଦି କୌଣସି ରୋଗର ପ୍ରାକ୍‌ ଲକ୍ଷଣ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରନ୍ତୁ ନାହିଁ। ବିଶେଷଭାବରେ ଥଣ୍ଡା, କାଶ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। ଏହି ଦିନେ ପିଲାମାନେ ଏଭଳି ସମସ୍ୟାରେ ପୀଡ଼ିତ ହୋଇଥାଆନ୍ତି। ତେଣୁ ସେମାନେ କିପରି ସୁସ୍ଥ ରହିବେ ସେ ନେଇ ନିଜେ ସତର୍କ ରୁହନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ କିଛି ଔଷଧ ମହଜୁଦ ରଖନ୍ତୁ। ବର୍ଷାଦିନେ ସଂକ୍ରମଣଜନିତ ରୋଗ ବ୍ୟାପିବାର ଅଧିକ ଆଶଙ୍କା ଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।
ସ୍କ୍ରିନ୍‌ କେୟାର : ବର୍ଷାଦିନେ ମହିଳାମାନେ ନିଜ ସ୍କିନ୍‌ର ଅଧିକ ଯତ୍ନନେବା ଆବଶ୍ୟକ। କାରଣ ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ସ୍କିନ୍‌ ନମନୀୟ ହୋଇଯାଏ। ଗୋଡ଼ହାତ ଅଧିକ ସମୟ ଓଦା ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଚର୍ମଜନିତ ରୋଗ ହେବାର ଆଶଙ୍କା ରହିଛି। ଏଦିନେ କେଉଁ ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ସେ ନେଇ ବିୟୁଟି ସ୍ପେଶାଲିଷ୍ଟ ସହ ଆଲୋଚନା କରନ୍ତୁ।
ସୁନିଦ୍ରା : ନିଜକୁ ସୁସ୍ଥ ରଖିବା ପଛରେ ସୁନିଦ୍ରାର ଭୂମିକା ମଧ୍ୟ ରହିଛି। ଜଣେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ବର୍ଷାଦିନେ ବେଡ୍‌ ରୁମ୍‌ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଶୋଇବାକୁ ଯିବା ପୂର୍ବରୁ ହାତ ଏବଂ ପାଦ ଉଷୁମ ପାଣିରେ ଧୁଅନ୍ତୁ। ଏହାଦ୍ୱାରା ସ୍କିନ୍‌ ମୁଲାୟମ ରହିଥାଏ ଏବଂ ଭଲ ନିଦ ହୁଏ। ଶୋଇବା ସମୟରେ ନିଜକୁ ଟେନ୍‌ସନଠାରୁ ଦୂରେଇ ରଖନ୍ତୁ। ଯଦି ଠିକ୍‌ ଭାବରେ ନିଦ ହେଉନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଆମେ କେତେ ସୁସ୍ଥ ତଥା ନୀରୋଗ ରହିବା ତାହା ସମ୍ପୂର୍ଣ୍ଣ ଭାବରେ ନିଜ ଉପରେ ହିଁ ନିର୍ଭର କରିଥାଏ। ତେଣୁ ଅନ୍ୟ ଋତୁ ପରି ବର୍ଷାଦିନେ ମହିଳାମାନେ ନିଜ ସ୍ବାସ୍ଥ୍ୟ ସଚେତନତା ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ନ ହେଲେ ଅସାବଧାନତା ଏବଂ ଅଜାଣତରେ ସେମାନେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri