Categories: ଜାତୀୟ

ହାଓଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ

ହାଇଦ୍ରାବାଦ,୭।୭: ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ୮ଟି ଦମକଳ ବାହିନୀ ଘଟଣାଣ୍‌ସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି। ବିଦ୍ୟୁତ୍‌ ଶଟ୍‌ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଟ୍ରେନ୍‌ଟି ହାଓଡାରୁ ସିକନ୍ଦରାବାଦ ଆସୁଥିଲା। ହେଲେ ବୋମାଇପାଲି-ପାଗିଡିପାଲି ମଧ୍ୟରେ ଏକ ବଗିରେ ନିଆଁ ଲାଗିଯାଇଥିଲା। ଏହା ଚାହୁଁଚାହୁଁ ୪ଟି ବଗିରେ ବ୍ୟାପି ଯାଇଥିଲା। ହେଲେ ଯାତ୍ରୀ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିଲେ। ଫଳରେ ଲୋକେ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲଓ୍ବେ ଜିଏମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ଟ୍ରେନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚନ ବ୍ୟାହତ ହୋଇଛି। ସ୍ଥାନୀୟ ପ୍ରଶାସନର ଉଦ୍ୟମ କ୍ରମେ ଯାତ୍ରୀଙ୍କୁ ଉଦ୍ଧାର କରି ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଉଥିବା ସୂଚନା ମିଳିଛି।

Share