Categories: ବାଣିଜ୍ୟ

ବଜାରରେ ଏଚ୍‌ପିର ନୂଆ ପ୍ରିଣ୍ଟର

ଭୁବନେଶ୍ୱର,୪।୮:ଏଚ୍‌ପି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ନୂତନ ଲେଜର ଜେଟ୍‌ ପ୍ରୋ ଏମ୍‌ଏଫ୍‌ପି ୪୧୦୪ ପ୍ରିଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ବହୁମୁଖୀ ପ୍ରିଣ୍ଟରଗୁଡିକ ସୁଲଭ ଓ ଉନ୍ନତ ପ୍ରିଣ୍ଟିଂ, ସ୍କାନିଂ ଓ କପିଙ୍ଗ୍‌ କ୍ଷମତା ସହିତ ୩ ବର୍ଷର ଏକ ଇନ୍‌-ବିଲ୍ଟ ୱାରେଣ୍ଟି ପ୍ରଦାନ କରୁଛନ୍ତି। ବିଶେଷ କରି ଲେଜର୍‌ଜେଟ୍‌ ପ୍ରୋ ଏମ୍‌ଏଫ୍‌ପି ୪୧୦୪ ପ୍ରିଂଟର୍‌ଗୁଡିକୁ ଶକ୍ତିଶାଳୀ ପ୍ରଦର୍ଶନ ଓ ବାଧାମୁକ୍ତ ପରିଚାଳନା ପାଇଁ ନିର୍ମାଣ କରାଯାଇଛି। ଏଚ୍‌ପି ଲେଜରଜେଟ୍‌ ପ୍ରୋ ଏମ୍‌ଏଫ୍‌ପି ୪୧୦୪ ଡିଡବ୍ଲ୍ୟୁ (ଡୁପ୍ଲେକ୍ସ ଓ ୱାୟାରଲେସ୍‌), ଏଫ୍‌ଡିଏନ୍‌ (ଫ୍ୟାକ୍ସ, ଡୁପ୍ଲେକ୍ସ ଓ ନେଟ୍‌ୱର୍କ) ଏବଂ ଏଫ୍‌ଡିଡବ୍ଲ୍ୟୁ (ଫ୍ୟାକ୍ସ, ଡୁପ୍ଲେକ୍ସ ଓ ୱାୟାରଲେସ୍‌) ଭଳି ୩ଟି ଭାରିଆଂଟ୍‌ ଉନ୍ମୋଚନ ହୋଇଛି। ଏ ସମ୍ପର୍କରେ ଏଚ୍‌ପି ଇଣ୍ଡିଆ ମାର୍କେଟ୍‌ର ପ୍ରିଂଟିଙ୍ଗ୍‌ ସିଷ୍ଟମ୍‌ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ସୁନିଶ ରାଘବନ କହିଛନ୍ତି, ଆମେ ଜାଣିବାକୁ ପାଇଥିଲୁ ଯେ, ବ୍ୟବସାୟଗୁଡିକ ଦକ୍ଷତାର ସହ ବିକଶିତ ହେବା ପାଇଁ ସ୍ମାର୍ଟ ଓ ସୁଲଭ ଟେକ୍ନୋଲୋଜିର ଆବଶ୍ୟକ କରୁଛନ୍ତି ଏବଂ ଆମେ ସେମାନଙ୍କୁ ଆଗକୁ ବଢିବା ପାଇଁ ସେମାନେ ଆବଶ୍ୟକ କରୁଥିବା ଟୁଲ୍‌ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ।

Share