ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌ ପ୍ରିଣ୍ଟ ପୋର୍ଟଫୋଲିଓରେ ଏକ ନୂତନ ଯୋଗ ଭାବେ ଏଚ୍‌ପି କଲର ଲେଜର ଜେଟ୍‌ ପ୍ରୋ ୩୦୦୦ ସିରିଜ୍‌ର ନୂଆ ରେଞ୍ଜର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଭାରତରେ ଏଚ୍‌ପି କଲର୍‌ ଲେଜରଜେଟ୍‌ ପ୍ରୋ ୩୦୦୦ସିରିଜରେ ଦୁଇଟି ମଡେଲ ଯଥା ସିଙ୍ଗଲ୍‌-ଫଙ୍କ୍‌ଶନ ଏଚ୍‌ପି କଲର ଲେଜରଜେଟ୍‌ ପ୍ରୋ ପ୍ରିଣ୍ଟର ୩୨୦୩ ଡିଡବ୍ଲ୍ୟୁ ଓ ମଲ୍ଟି-ଫଙ୍କ୍‌ଶନ ଏଚ୍‌ପି କଲର୍‌ ଲେଜରଜେଟ୍‌ ପ୍ରୋ ପ୍ରିଣ୍ଟର ୩୩୦୩ ଏସ୍‌ଡିଡବ୍ଲ୍ୟୁ ସାମିଲ ରହିଛି, ଯାହା କଲର ଏବଂ କଳା ଓ ଧଳାରେ ପ୍ରିଣ୍ଟିଂ, ସ୍କାନିଂ ଓ କପି କରିବା କ୍ଷମତା ପ୍ରଦାନ କରୁଛି। ଏଚ୍‌ପି ଇଣ୍ଡିଆ ମାର୍କେଟର ପ୍ରିଣ୍ଟିଂ ସିଷ୍ଟମ୍‌ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ସୁନିଶ ରାଘବନ କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ତଥା ଏଚ୍‌ପି ନ୍ୟୁ କଲର ଲେଜରଜେଟ୍‌ ପ୍ରୋ ୩୦୦୦ସିରିଜକୁ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଅଭିନବ ଟେରାଜେଟ୍‌ ଟେକ୍ନୋଲୋଜି ଥିବା ଏହି ସିରିଜ ଏକ କମ୍ପାକ୍ଟ ଡିଜାଇନରେ ଚମତ୍କାର ରଙ୍ଗ ଗୁଣବତ୍ତା, ପ୍ରଫେସନାଲ ସ୍ପିଡ୍‌ ଓ ଶକ୍ତି ଦକ୍ଷତା ପ୍ରଦାନ କରୁଛି। ଏହି ସମାଧାନକୁ ବ୍ୟବସାୟଗୁଡିକୁ ଡାଉନଟାଇମ୍‌ ହ୍ରାସ କରିବା, ପରିଚାଳନାଗତ ଦକ୍ଷତାକୁ ବଜାୟ ରଖିବା ଏବଂ ଏକ ବିକଶିତ ବଜାରରେ ପ୍ରତିଯୋଗୀପୂର୍ଣ୍ଣ ରହିବାରେ ସହଯୋଗ କରିବା ପାଇଁ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri