ସବାଙ୍କ ସହ ଲିପଲକ ହେଲେ ହ୍ରିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ସିଙ୍ଗର ସବା ଆଜାଦଙ୍କ ରିଲେସନଶିକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ଏମାନେ ପରସ୍ପରକୁ ଡେଟ କରୁଥିବା କୁହାଯାଉଥିବା ବେଳେ ଅନେକ ଥର ଏକାଠି ଏମାନଙ୍କୁ ସ୍ପଟ ବି କରାଗଲାଣି । ନିକଟରେ ସବା ଓ ହ୍ରିତିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଉଭୟଙ୍କୁ ଲିପଲକ ଅବସ୍ତାରେ ଦେଖାଯାଇଛି ।
ତେବେ ଭିଡିଓଟି ଏୟାରପୋର୍ଟର ବୋଲି ଜଣାପଡିଛି । ନିକଟରେ ସବା ଓ ହ୍ରିତିକ ଗୋଟିଏ କାରରେ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ହ୍ରିତିକ ଗାଡିରୁ ଓହ୍ଲାଇବା ପୂର୍ବରୁ ସବାଙ୍କୁ ଲିପକିସ୍ ଦେଇଥିଲେ, ଯାହା କ୍ୟାମେରା ଲେନ୍ସରେ କଏଦ ହୋଇଯାଇଥିଲା । ଆଉ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସବାଙ୍କୁ ଲିପକିସ୍ ଦେଇ ନିଜ ଷ୍ଟାଫଙ୍କ ସହ ହ୍ରିତିକ ବିମାନ ବନ୍ଦର ଭିତରକୁ ଚାଲିଯାଇଥିଲେ । ଆଉ ସବା ସେଠାରୁ ଫେରି ଆସିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି ସେ ସବା ହ୍ରିତିକଙ୍କୁ ଛାଡିବାକୁ ଏୟାରପୋର୍ଟ ଆସିଥିଲେ ।
ସୂଚନାଯୋଗ୍ୟ ସୁଜେନଙ୍କ ଠାରୁ ଅଲଗା ହେବା ପରେ ହ୍ରିତିକ ଏବେ ସବାଙ୍କ ସହ ରିଲେସନଶିପରେ ଥିବା କୁହାଯାଉଛି ।

Share