Advertisement

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ?
ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା ଜାରି ରହିଛି। ପୁଣି ସେଗୁଡିକ ମଧ୍ୟରୁ ଅଧିକାଂଶ ହିଟ୍‌ ସାବ୍ୟସ୍ତ ହେଉଛି। ତେଣୁ ଏଭଳି ଏକ କାହାଣୀ ଖୋଜିବାକୁ ଅଣ୍ଟା ଭିଡିଛନ୍ତି ସେ। ଏଭଳି ମିଶନ ସମ୍ପର୍କରେ ହ୍ରିତିକ କହନ୍ତି, ‘ବର୍ତ୍ତମାନ ବଲିଉଡ୍‌ରେ ବାୟୋପିକ୍‌ ସିନେମା ନିର୍ମାଣ ଧାରା ଜୋର୍‌ ଧରିଛି କହିଲେ ଆଦୌ ଭୁଲ ହେବ ନାହିଁ। ପୁଣି ବଡ ବଡ଼ ସେଲିବ୍ରିଟି କଳାକାର ଏଥିରେ ଅଭିନୟ କରୁଛନ୍ତି। ତେଣୁ ସେପରି ଏକ କାହାଣୀ ଖୋଜିବାକୁ ମନସ୍ଥ କରିଛି। କେବଳ ସେତିକି ନୁହେଁ, ମୋ ବାୟୋପିକ୍‌ କାହାଣୀ ମିଶନକୁ ସକ୍‌ସେସ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି। ମନଲାଖି କାହାଣୀଟିଏ ମିଳିଗଲା ପରେ ତାହାକୁ କିପରି ଚଳଚ୍ଚିତ୍ରର ରୂପ ଦିଆଯିବ ତାହା ଚିନ୍ତା କରିବି।’ ଅନ୍ୟତମ ନାମୀ ପ୍ରଯୋଜକ ଜେ. ଓମ ପ୍ରକାଶଙ୍କ ‘ଆଶା’ରେ ହ୍ରିତିକ ଶିଶୁ କଳାକାରଭାବେ ଅଭିନୟ କରିଥିଲେ। ଜଣେ ଅଭିନେତା ହେବା ପୂର୍ବରୁ ସେ ତାଙ୍କର ବାପା ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଖୁଦଗର୍ଜ’ ଏବଂ ‘କରନ୍‌ ଅର୍ଜୁନ’ରେ ସହ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ। ରାକେଶଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶନାରେ ନିର୍ମିତ ‘କହୋ ନା ପ୍ୟାର ହୈ’ରେ ହ୍ରିତିକ ପ୍ରଥମ ଥର ପାଇଁ ସୋଲୋ ନାୟକ ଭାବରେ ଅଭିନୟ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share