ପ୍ରଥମ ଥର ପାଇଁ ଏକାଠି କାମ କରିବେ ହ୍ରିତିକ୍‌- ଦୀପିକା

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର କରିବାକୁ ପ୍ରସ୍ତୁତ। ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତାଙ୍କ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା। ସେହି ଦିନଠାରୁ ପ୍ରଶଂସକ ଏହି ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମଟି ଏବେ ଫ୍ଲୋର୍‌ ଉପରକୁ ଯିବାକୁ ପ୍ରସ୍ତୁତ ହୋଇଛି। ଏ ନେଇ ସେମାନେ ବହୁତ ପରିଶ୍ରମ କରୁଛନ୍ତି।

 

Share