ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ ଅବସରରେ ଅପକମିଂ ଫିଲ୍ମ ‘ଫାଇଟର’ର ୩୦ ସେକେଣ୍ଡର ଟିଜର ରିଲିଜ କରି ପ୍ରଶଂସକଙ୍କୁ ଏକ ଭଲ ଉପହାର ଦେଇଛନ୍ତି ହ୍ରିତିକ । ଏହା ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ ହେବ ବୋଲି କୁହାଯାଉଛି । ଏଥିରେ ଜବରଦସ୍ତ ଆକ୍ସନ ଥିବା ଜଣାପଡିଛି । ହ୍ରିତିକଙ୍କ ଜନ୍ମଦିନରେ ଫିଲ୍ମ ସମ୍ପର୍କରେ ସୂଚନା ଦିଆଗଲା ସତ ହେଲେ ଏବେ ଇନସାଇଡ ଡିଟେଲ୍ସ ସାମ୍ନାକୁ ଆସିଲାଣି । ପିଙ୍କଭିଲାର ସୂଚନା ଅନୁଯାୟୀ, ଏହି ଫିଲ୍ମର ବଜେଟ ୨୫୦ କୋଟି ରଖାଯାଇଛି । ଯଦି ଏହା ସତ ହୋଇଥାଏ ତେବେ ଏହା ହ୍ରିତିକଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି । ଏଥିରେ ହ୍ରିତିକ ବାୟୁସେନା ଅଧିକାରୀ ଭାବେ ନଜର ଆସିବେ । ସେ ପାଇଲଟ ଭାବେ ବାୟୁସେନା ଜେଟ ମଧ୍ୟ ଉଡାଇବା ଦେଖାଯିବ । ଫିଲ୍ମ ନିର୍ବାତାଙ୍କ କହିବା କଥା ହେଲା ବଲିଉଡ୍ ଫିଲ୍ମରେ ନୌସେନା ଓ ସ୍ଥଳସେନାର ସବୁକିଛି ଏମ୍ସପ୍ଲୋର କରିଥିଲେ ବି ବାୟୁସେନାର କାହାଣୀ ଏପର୍ଯ୍ୟନ୍ତ ପରିବେଷଣ କରାଯାଇ ନାହିଁ । ତେଣୁ ଫାଇଟର ଜରିଆରେ ଏହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । ଏହି ଫିଲ୍ମରେ ଦେଶଭକ୍ତି ସହ ରୋମାନ୍ସ ବି ଦେଖିବେ ଦର୍ଶକେ । ଏହାର ଶୁଟିଂ ୨୦୨୧ ସେପ୍ଟେମ୍ବରରେ ଆରମ୍ଭ କରାଯିବାକୁ ଥିବା ବେଳେ ଏହା ୨୦୨୨ରେ ରିଲିଜ ହେବାର ଯୋଜନା ରହିଛି ।

Share