ହ୍ରିତିକ ପାଲଟିଲେ ‘ଆଇଟମ୍‌ ବୟ’

ବମ୍ବେ: ଆଇଟମ୍‌ ବୟ ଭୂମିକାରେ ସୁପରଷ୍ଟାର ହ୍ରିତିକ୍‌ ରୋଶନ। ନିଜର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ବଲିଉଡ୍‌ ଅଭିନେତାଙ୍କ ଏଭଳି ଲୁକ୍‌ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ କରିଛି। ଟପୋରୀ ଡ୍ୟାନ୍ସ ସାଙ୍ଗକୁ ନୃତ୍ୟ ଅଙ୍ଗଭଙ୍ଗୀ ଥିବା ଫିଲ୍ମର ଏକ ଭିଡିଓ ରିଲିଜ କରାଯାଇଛି। ଏଥିରେ ହ୍ରିତିକଙ୍କୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ଏକ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି।

ବଡ କାର୍ଯ୍ୟକ୍ରମରେ ଫିଲ୍ମର ଗୀତ ‘ଆଲ୍କୋହଲିଆ’ ଗୀତକୁ ରିଲିଜ କରାଯାଇଥିଲା। ଏହି ସମୟରେ ହ୍ରିତିକ ବେକରେ ଗାମୁଛା ପକାଇ ଷ୍ଟେଜ୍‌ରେ ନାଚିବାର ନଜର ଆସିଥିଲେ। ଗୀତଟିକୁ ମନୋଜ ମୁନ୍ତଶିର ଲେଖିଥିବା ବେଳେ କମ୍ପୋଜ କରିଛନ୍ତି ବିଶାଲ ଏବଂ ଶେଖର। ଉଭୟ ମଧ୍ୟ ଏହି ଗୀତକୁ ସ୍ବର ଦେଇଛନ୍ତି। ଏହା ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ପ୍ରଥମେ ବଲିଉଡ୍‌ରେ ଆଇଟମ୍‌ ଗର୍ଲ ଥିଲା, ଏବେ ପ୍ରଥମ ଥର ଆଇଟମ୍‌ ବୟ ଲଞ୍ଚ ହୋଇଛନ୍ତି ବୋଲି ଟୁଇଟରରେ ଲୋକେ ଏନେଇ ଚର୍ଚ୍ଚା କରୁଛନ୍ତି।

Share