ସ୍ବପ୍ନର ଘର କିଣିଲେ ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ: ରହିଛି ଏସବୁ ସୁବିଧା

ମୁମ୍ବାଇ,୨୫।୧୦-ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ। ଏହାର ମୂଲ୍ୟ ୯୭.୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆପାର୍ଟମେଣ୍ଟଟି ଆରବ ସାଗରର ନିକଟରେ ରହିଛି। ୩୮ ହଜାର ବର୍ଗଫୁଟ ଉପରେ ଏହି ଦୁଇଟି ଆପାର୍ଟମେଣ୍ଟ ପ୍ରସାରିତ ହୋଇ ରହିଛି। ଉଭୟ ଆପାର୍ଟମେଣ୍ଟ ବିଲ୍ଡିଂର ୧୪, ୧୫ ଏବଂ ୧୬ ମହଲାରେ ରହିଛି। ଏହାସହିତ ୬୫୦୦ ବର୍ଗଫୁଟର ଟେରାସ ରହିଛି। ସେହିପରି ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା ସହିତ ହ୍ରିତିକଙ୍କ ପରିବାରକୁ ୧୦ଟି ପାର୍କିଂ ସ୍ଥାନ ମିଳିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Share