ବଲିଉଡ୍‌ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…

ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରଥମ ଫିଲ୍ମ ପରେ ତାଙ୍କ ପାଖକୁ ହଜାର ହଜାର ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିଥିଲା।

୨୦୦୦ରେ ଚଳଚ୍ଚିତ୍ର ‘କହୋ ନା ପ୍ୟାର ହୈ’ ରିଲିଜ ହୋଇଥିଲା। ନାୟକ ଭାବେ ହ୍ରିତିକ ଏଥିରେ ଡେବ୍ୟୁ କରିଥିଲେ। ଫିଲ୍ମରେ ଅମିଷା ତାଙ୍କର ନାୟିକା ସାଜିଥିବା ବେଳେ ଏହା ସୁପରହିଟ ହୋଇଥିଲା। ଏହି ଫିଲ୍ମ ରିଲିଜ ପରେ ତାଙ୍କୁ ବିବାହ ପାଇଁ ଶହେ କି ଦୁଇଶହ ନୁହେଁ ହଜାର ହଜାର ପ୍ରସ୍ତାବ ଆସିଥିଲା। କେବଳ ଭ୍ୟାଲେଣ୍ଟାଇନ ଡେରେ ତାଙ୍କୁ ୩୦ହଜାରରୁ ଅଧିକ ଯୁବତୀ ବିବାହ ପାଇଁ ପ୍ରସ୍ତାବ ପଠାଇଥିଲେ। ଏହାଦେଖି ପରିବାରଲୋକେ ଚକିତ ହୋଇଯାଇଥିଲେ ବୋଲି କପିଲ ଶର୍ମାଙ୍କ ଶୋ’ରେ ହ୍ରିତିକ ଖୁଲାସା କରିଥିଲେ।

ହ୍ରିତିକ ପ୍ରେମିକା ସୁଜୈନ ଖାଁଙ୍କୁ ବିବାହ କରିବା ପରେ ମହିଳା ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା। ଉଭୟଙ୍କ ଦୁଇ ସନ୍ତାନ ରହିଛି। ହେଲେ ୨୦୧୪ରେ ଦୁହେଁ ବାଟ ଅଲଗା କରି ନେଇଥିଲେ। ଏବେ ହ୍ରିତିକ ସବା ଆଜାଦଙ୍କୁ ଡେଟ୍‌ କରୁଥିବା ବେଳେ ସୁଜୈନ ଅର୍ସଲାନ ଗୋନିଙ୍କ ପ୍ରେମରେ ପଡ଼ିଛନ୍ତି। ଅଭିନୟ ବିଷୟରେ କହିଲେ ଆଗାମୀ ଦିନରେ ଦୀପିକା ପାଦ୍ୟୁକୋନଙ୍କ ସହ ହ୍ରିତିକ୍‌ ‘ଫାଇଟର’ରେ ନଜର ଆସିବେ।

Share