ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ହ୍ରିତିକ୍‌…

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ। ସେ ବି ନିଜର କେଶ ପାଇଁ। ୪୮ ବର୍ଷ ବୟସର ହୋଇଥିବା ହ୍ରିତିିକଙ୍କ କେଶ ଝଡ଼ିବା ଆରମ୍ଭ ହୋଇଛି। ଏଥିଲାଗି ତାଙ୍କୁ ପ୍ରଶଂସକ ଲଣ୍ଡା ବୋଲି କହି ଟ୍ରୋଲ କରୁଛନ୍ତି।

ନିଜର ଅଭିନୟ ସାଙ୍ଗକୁ ଲୁକ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଜଣାଶୁଣା ହ୍ରିତିକ। ନିକଟରେ ସେ ନିଜ ମେକଅପ୍‌ ଷ୍ଟାଇଲିଷ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ। ତାଙ୍କ ସହ ପ୍ରେମିକା ସବା ଆଜାଦ ଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ହ୍ରିତିକ କପଲ୍‌ ସହ ପୋଜ୍‌ ଦେଉଛନ୍ତି। ଏହି ଅବସରରେ ତାଙ୍କର କେଶ ଝଡ଼ିଥିବା ଜଣାପଡ଼ୁଛି। ଏହାକୁ ନେଇ ଅନେକେ ତାଙ୍କୁ ଟ୍ରୋଲ କରୁଛନ୍ତି। କେହି କେହି ତାଙ୍କୁ ବୁଢ଼ା ହୋଇଥିବା କହୁଥିବା ବେଳେ କିଛି ତାଙ୍କୁ ଲଣ୍ଡା ବୋଲି କହୁଛନ୍ତି।

Share