ବାହା ହେବେ ହ୍ରିତିକ!

ମୁମ୍ବାଇ: ହ୍ରିତିକ ରୋଶନ ଓ ସବା ଆଜାଦ ବଲିଉଡର ସବୁଠାରୁ ହଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କୁ ଅନେକ ସମୟରେ ଡିନର ଡେଟ ଅବା ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ହେଲେ ଏହି ଯୋଡି ମିଡିଆ ସାମ୍ନାରେ ଏମାନଙ୍କ ରିଲେଶନକୁ ନେଇ ବେଶି କିଛି କଥା ହୋଇ ନ ଥାଆନ୍ତି। ହେଲେ ସୋସିଆଲ ମିଡିଆରେ ଏମାନେ ରୋମାଣ୍ଟିକ ଫଟୋ ଶେୟାର କରିଥାଆନ୍ତି। ହ୍ରିତିକ ଓ ସବା ସବୁବେଳେ ପରସ୍ପର ପ୍ରତି ସମର୍ପିତ ଓ ହାର୍ଟଫେଲ୍ଟ କ୍ୟାପଶନ ଲେଖିଥାଆନ୍ତି। ବହୁତ ଆଉଟସ୍ପୋକନ ନ ହେଲେ ବି ଏହି ପାଓ୍ବାର କପଲ ପ୍ୟାପରାଜିଙ୍କ ସାମ୍ନାରେ ପୋଜ ଦେବାକୁ କେବେବି କୁଣ୍ଠାବୋଧ କରନ୍ତି ନାହିଁ।

ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କଠାରୁ ଅଲଗା ହେବା ପରେ ହ୍ରିତିକ ପୁନର୍ବାର ବିବାହ କିମ୍ବା ରିଲେସନଶିପକୁ ନେଇ କେବେ କଥା ହୁଅନ୍ତି ନାହିଁ। ତେବେ ଅନେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅଭିନେତା ସବାଙ୍କ ସହ ତାଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଯୋଜନା କରୁଛନ୍ତି। କଳ୍ପନା ଜଳ୍ପନାର କାରଣ ହେଉଛି ଯେ ରକେଟ ବୟେଜ ସିଜନ ୨ ଅଭିନେତ୍ରୀ ସବା ବିକ୍ରମ ବେଧା ଅଭିନେତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଗମ୍ଭୀର ରହିଛନ୍ତି।
ସବାଙ୍କୁ ରୋଶନ ପରିବାର ପକ୍ଷରୁ ଆକ୍ସେପଟାନ୍ସ ମଧ୍ୟ ମିଳିଯାଇଛି ଏବଂ ହ୍ରିତିକଙ୍କ ମା ପିଙ୍କି, ଭଉଣୀ ସୁନୈନା ଏବଂ ତାଙ୍କ ସମ୍ପର୍କୀୟ ଭଉଣି ପାଶ୍ମିମାଙ୍କ ସହ ଘନିଷ୍ଠ ବନ୍ଧନ ଶେୟାର କରନ୍ତି। ସେ ପ୍ରାୟତଃ ସେମାନଙ୍କ ପାରିବାରିକ ସମାରୋହ ଏବଂ ଜନ୍ମଦିନ ପାର୍ଟିରେ ଯୋଗ ଦିଅନ୍ତି, ଯେଉଁଠାରେ ସେ ରୋଶନ ପରିବାର ସହିତ ଫଟୋବି ଉଠାଇଥାଆନ୍ତି। କୌଣସି ସମୟରେ, ହ୍ରିତିକ ଏବଂ ସବା ସେମାନଙ୍କର ଭାବପ୍ରବଣ ଏବଂ ମଜାଳିଆ ଇନଷ୍ଟାଗ୍ରାମ ପୋଷ୍ଟ ସହିତ କପଲ ଗୋଲ ଦେଉଛନ୍ତି ।
ହ୍ରିତିକଙ୍କ ୪୯ ତମ ଜନ୍ମଦିନରେ ସବା ଅଭିନେତାଙ୍କ ଫଟୋ ସହିତ ଏକ ହୃଦୟସ୍ପର୍ଶୀ ନୋଟ ଲେଖିଥିଲେ। ହ୍ରିତିକ ଏବଂ ସବା ବର୍ତ୍ତମାନ ଏକାଠି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଉଭୟ ଶୀଘ୍ର ବିବାହ କରିପାରନ୍ତି। ଦୁହେଁ ଏପର୍ଯ୍ୟନ୍ତ ଏହି ରିପୋର୍ଟକୁ ନିଶ୍ଚିତ କରିନାହାଁନ୍ତି। କିମ୍ବା କୌଣସି ପରିବାର ସଦସ୍ୟ କିମ୍ବା ଦମ୍ପତିଙ୍କ ନିକଟ ସମ୍ପର୍କୀୟ ଏମାନଙ୍କ ବିବାହ ଯୋଜନା ବିଷୟରେ ସୂଚନା ଦେଇନାହାଁନ୍ତି।

Share