ଲୁଚାଛପା ପରେ ଏବେ ଖୋଲାଖୋଲି ଚାଲିଛି ପ୍ରେମ

ବମ୍ବେ: ପ୍ରଥମେ ଲୁଚାଛପା ପରେ ଏବେ ଖୋଲାଖୋଲି ଚାଲିଛି ପ୍ରେମର ଗାଡ଼ି। ଆମେ କହୁଛୁ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ କଥା। ଏବେ ସେ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି। ପ୍ରଥମ ସ୍ତ୍ରୀ ସୁଜୈନ ଖାନଙ୍କଠାରୁ ଅଲଗା ହେବା ପରେ ଏକାକି ଜୀବନ ବିତାଉଥିଲେ ସେ। ଏହାଭିତରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ାଯାଇଛି। ହେଲେ ସେ ସବୁ ଆଗକୁ ବଢ଼ି ପାରି ନ ଥିଲା। ଏବେ କିନ୍ତୁ ସବାଙ୍କ ସହ ତାଙ୍କ ହୃଦୟର ତାର ଯୋଡ଼ି ହୋଇଛି।

ଦୁଇଦିନ ପୂର୍ବେ ହ୍ରିତିକ୍‌ କାମକୁ ନେଇ ହ୍ରିତିକ ମୁମ୍ବାଇରୁ ବାହାରକୁ ଯାଇଥିଲେ। ହେଲେ ମଙ୍ଗଳବାର ସେ ଫେରିବା ପରେ ତାଙ୍କ ସହ ସବା ଥିବା ଦେଖିବାକୁ ମିଳିଥିଲା। ଉଭୟ ହାତରେ ହାତ ଧରି ଚାଲିଥିଲେ। ଏହାର ଅନେକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ପ୍ରଶଂସକମାନେ ହ୍ରିତିକ୍‌ ଡେଟ୍‌ କରୁଥିବା ସ୍ପଷ୍ଟ ହେଉଛି ବୋଲି ପ୍ରତିକ୍ରିୟା ରଖୁଛନ୍ତି। ସେହିଭଳି କିଛି ବୟସାଗତ ପ୍ରାର୍ଥକ୍ୟକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ସବା ହ୍ରିତିକଙ୍କ ଝିଅ ଭଳି ଦେଖାଯାଉଥିବା ସେମାନେ କହୁଥିବା ଦେଖାଯାଉଛି।

ଅନ୍‌ଲାଇନ୍‌ ଡେଟିଂ ଆପ୍‌ରେ ସବାଙ୍କୁ ଭେଟିଥିଲେ ହ୍ରିତିକ। ଅଭିନେତାଙ୍କ ପରିବାର ସହ ମଧ୍ୟ ସବାଙ୍କ ଭଲ ସମ୍ପର୍କ ରହିଛି। ନିକଟରେ ହ୍ରିତିକଙ୍କ ପରିବାରରୁ ସବାଙ୍କ ପାଇଁ ଖାଇବା ପଠାଯାଇଥିଲା। ସେ ଏହାର ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ।

Share