ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରୁଥିବା ଦେଖାଯାଏ। ନିକଟରେ ସବା ଏବଂ ହ୍ରିତିକ ବିଦେଶରୁ ଛୁଟି କାଟି ଫେରିଛନ୍ତି। ବିମାନବନ୍ଦରରେ ଉଭୟ ହାତ ଧରାଧରି ହୋଇ ଯାଉଥିବାଦେଖି କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି। କିଛି ୟୁସର୍ଜ ଦୁହିଁଙ୍କୁ ବାପ-ଝିଅ ଯୋଡି ବୋଲି କହିଛନ୍ତି। ଉଭୟଙ୍କ ବୟସରେ ପ୍ରାୟ ୧୨ ବର୍ଷର ପାର୍ଥକ୍ୟ ଅଛି। ସବାଙ୍କୁ ୩୬ ବର୍ଷ ହୋଇଥିବାବେଳେ ହ୍ରିତିକଙ୍କୁ ଏବେ ୪୮ ବର୍ଷ।
ହ୍ରିତିକ-ସବା ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବେ ବୋଲି ଚର୍ଚ୍ଚା ହେଉଛି। ଏବେ ଉଭୟ ପରସ୍ପରକୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ସବା ହ୍ରିତିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ମିଶିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଚଳିତବର୍ଷ ଶେଷ ଆଡକୁ ଦୁହେଁ ବିବାହ କରିବେ।
ହ୍ରିତିକ ରୋଶନ ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି।
ହ୍ରିତିକ ଖୁବ୍‌ଶୀଘ୍ର ଶୀଘ୍ର ସୈଫ ଅଲି ଖାନଙ୍କ ସହ ଫିଲ୍ମ ‘ବିକ୍ରମ ବେଦ’ରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share