୧୯୮୬ରେ ମୁକ୍ତିଲାଭ କରିଥିଲା ବଲିଉଡ୍ ଫିଲ୍ମ ‘ଭଗବାନ ଦାଦା’। ଏଥିରେ ପ୍ରମୁଖ ଚରିତ୍ରରେ ଶ୍ରୀଦେବୀ, ରଜନୀକାନ୍ତ ଏବଂ ରାକେଶ ରୋଶନ ଅଭିନୟ କରିଥିଲେ। ହ୍ରିତିକ ରୋଶନଙ୍କୁ ଫିଲ୍ମରେ ଶିଶୁକଳାକାର ଚରିତ୍ରରେ ଦେଖିବାକୁ ମିଳିଥିଲା। ଏବେ ଏହି ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ହ୍ରିତିକ୍ ଶ୍ରୀଦେବୀଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଉଛନ୍ତି। ଏତିକିବେଳେ ଶ୍ରୀଦେବୀ ତାଙ୍କୁ କହୁଛନ୍ତି, ତୁମ ବିଷୟରେ କିଛି କୁହ। ଉତ୍ତରରେ ହ୍ରିତିକ୍ କହୁଛନ୍ତି, ମୋ ନାମ ଗୋବିନ୍ଦ, କାମଶାନ୍ତି ନଗର କାରଖାନା ପରିଚାଳକ ପ୍ରଭୁ ଦାଦାଙ୍କ ପୁଅ। ଏହା ପରେ ଶ୍ରୀଦେବୀ ତାଙ୍କୁ ଚା’ ପିଇବାକୁ କହୁଛନ୍ତି। ମାତ୍ର ହ୍ରିତିକ୍ କହୁଛନ୍ତି, ମୋ’ ପାଟିରୁ ବାହାରିଥିବା କଥା ସବୁବେଳେ ସତ ହୁଏ। ଆଉ ତୁମେ ମୋର ଖୁଡି ହେବ ବୋଲି ସେ କହୁଛନ୍ତି।
ଏହି ଭିଡିଓଟିକୁ ଫିଲ୍ମଫେୟାର ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଯେତେବେଳେ ହ୍ରିତିକ୍ ରୋଶନ ସ୍ବର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ସେହି ସମୟର ଏହି ଭିଡିଓ। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।