ପ୍ରଥମ ଥର ଇନ୍‌ଷ୍ଟାଗ୍ରାମରେ ସବାଙ୍କ ଫଟୋ ଶେୟାର କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ନିକଟରେ ହ୍ରିତିକ୍‌-ସବା ଲଣ୍ଡନରୁ ଛୁଟି କାଟି ଫେରିଛନ୍ତି। ଯାହାର ଫଟୋ ହ୍ରିତିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ହ୍ରିତିକ୍‌ ସେଲଫି ନେଇଛନ୍ତି, ଆଉ ତାଙ୍କ ପଛରେ ଥିବା ଏକ ବେଞ୍ଚରେ ସବା ବସିଥିବାର ନଜର ଆସିଥିଲେ। ଫଟୋ ଶେୟାର କରି ଲେଖିଛନ୍ତି, ‘ଗର୍ଲ ଅନ୍‌ ଏ ବେଞ୍ଚ’। ଏହାପୂର୍ବରୁ ମଧ୍ୟ ଉଭୟଙ୍କୁ ଏକ ବିମାନବନ୍ଦରରେ ସାଙ୍ଗରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଖୁବ୍‌ଶୀଘ୍ର ହ୍ରିତିକ୍‌-ସବା ହାତକୁ ଦି’ହାତ ହେବେ ବୋଲି କୁହାଯାଉଛି। ନିକଟରେ ହ୍ରିତିକ୍‌ଙ୍କ ଫିଲ୍ମ ‘ବିକ୍ରମ ଭେଧା’ ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ଦେଖିବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ଫିଲ୍ମରେ ହ୍ରିତିକ୍‌ଙ୍କୁ ଗ୍ୟାଙ୍ଗଷ୍ଟାର୍‌ ଭୂମିକାରେ ନଜର ଆସିଛନ୍ତି।

Share