ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ ଥିଲା । ଏବେ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି । ଷ୍ଟାରଙ୍କ ଛୋଟ ଛାଟ ଭୁଲ ବି ଦର୍ଶକେ ଧରିନେବା ସହ ସେମାନେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି । ତେଣୁ ଏବେ ସବୁଷ୍ଟାର ଦେଖିଚାହିଁ ପାଦ ବଢାଉଛନ୍ତି । ଏହାରି ଭିତରେ ବଲିଉଡର ଆଗଧାଡିର ନାୟକ ହ୍ରିତିକ ରୋଶନ ଏକ ଭୁଲ କରି ବସିଛନ୍ତି । ଯାହାପାଇଁ ହ୍ରିତିକ ଭୁଲ ମାଗନ୍ତୁ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।
ସର୍ବ ପ୍ରଥମେ ଜମାଟୋ ବୟକଟ ଟ୍ରେଣ୍ଡ କରୁଥିବା ବେଳେ ହିନ୍ଦୁ ଜନଜାଗୃତି ସମିତି ଟୁଇଟ କରିଛି । ଯେଉଁଥିରେ ଲେଖାଯାଇଛି, ହ୍ରିତିକ କହୁଛନ୍ତି ଥାଳି ଖାଇବାକୁ ମନ ଥିଲା, ମହାକାଳରୁ ମଗେଇ ଦେଲି.. । ମହାକାଳ କୌଣସି ସେବକ ନୁହେଁ ଯାହାକୁ ମାଗିଲେ ଭୋଜନ ପହଞ୍ଚାଇଥାଏ । ଏହା ଏକ ଭଗବାନ ଯାହାର ପୂଜା କରାଯାଇଥାଏ । କ’ଣ ଜମାଟୋ ଅଲଗା ଧର୍ମର ଭଗବାନଙ୍କୁ ଏମିତି ଅପମାନ କରିପାରେ ।

ଏହାପରେ ଗୁଡଗାଓଁ ସ୍ଥିତ କମ୍ପାନୀ କହିଛି, ‘ମହାକାଳ’ ଥାଳି ବିଜ୍ଞାପନ ଅଖିଳ ଭାରତୀୟ ଅଭିଯାନର ଅଂଶ ଥିଲା । ଯେଉଁଥିରେ ସବୁ ସହରର ବଡ ବଡ ରେସ୍ତୋରାଁ ଓ ପପୁଲାରିଟି ଆଧାରରେ ଏହାର ଶୀର୍ଷ ବ୍ୟଞ୍ଜନକୁ ସାମିଲ କରାଯାଇଥିଲା । ଏହାସହ ‘ମହାକାଳ ରେସ୍ତୋରାଁ’ ଉଜ୍ଜ୍‌ୟିନରେ ଆମ ରେସ୍ତୋରାଁର ଭାଗିଦାର ମଧ୍ୟରୁ ଗୋଟିଏ । ଆଉ ଥାଳି ଏହାର ମେନ୍ୟୁରେ ଆସୁଛି । ଆମେ ଉଜ୍ଜୟିନିର ଲୋକଙ୍କ ଭାଗନାକୁ ଖୁବ୍ ସମ୍ମାନ କରୁ ଓ ବିଚାରାଧିନ ବିଜ୍ଞାପନ ଏବେ ଚାଲୁ ନାହିଁ । ଆମେ ଏଥିପାଇଁ ସଚ୍ଚୋଟତାର ସହ କ୍ଷମା ମାଗୁଛୁ, କାରଣ ଆମର ଉଦ୍ଦେଶ୍ୟ ନୁହେଁ କାହାର ଆସ୍ଥା ଓ ଭାବନାକୁ ଆଘାତ ଦେବା ।
ସୂଚନାଯୋଗ୍ୟ, ଟୁଇଟରରେ ହାସଟ୍ୟାଗ ବୟକଟ ଜମାଟୋ ଟ୍ରେଣ୍ଡ କରିବା ପରେ କମ୍ପାନୀ କ୍ଷମା ମାଗିଥିଲା । ହେଲେ ଏବେ ଲୋକେ ଚାହୁଁଛନ୍ତି କମ୍ପାନୀ ତ କ୍ଷମା ମାଗିନେଲା । ହେଲେ ହ୍ରିତିକ ତାଙ୍କ ଭୁଲ ପାଇଁ କ୍ଷମା ମାଗନ୍ତୁ । ସୋସିଆଲ ମିଡିଆରେ ହ୍ରିତିକ ରୋଶନ ମାଫି ମାଙ୍ଗେ ଟ୍ରେଣ୍ଡ କରିବା ସହ ଲୋକଙ୍କ ରାଗ ବି ଦେଖିବାକୁ ମିଳିଛି ।

Share