ଛାଡପତ୍ର ହେବା ପରେ ସ୍ତ୍ରୀଙ୍କ ପାଇଁ ଏମିତି କାମ କରିଥିଲେ ହ୍ରିତିକ୍‌ ରୋଶନ, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜାନେ ଖାନଙ୍କ ମଧ୍ୟରେ ୨୦୧୪ରେ ଛାଡପତ୍ର ହୋଇଥିଲା। ଏହି ସମୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଅଲଗା ହେବାରେ ବହୁତ ନିରାଶ ହୋଇଥିଲେ। ପରସ୍ପରକୁ ଭଲ ପାଉଥିବା ହ୍ରିତିକ ଏବଂ ସୁଜାନେ କାହିଁକି ଅଲଗା ହୋଇଗଲେ, ତାହା କେହି ଜାଣି ନାହାଁନ୍ତି, ତଥାପି ଆଜି ବି ପରସ୍ପର ପ୍ରତି ସମ୍ମାନ ସ୍ପଷ୍ଟ ଦେଖାଯାଏ।
ଛାଡପତ୍ର ପରେ ହ୍ରିତିକ ସୁଜାନେଙ୍କ ପାଇଁ ଯାହା କରିଥିଲେ ତାହା ଥିଲା ବେଶ୍‌ ପ୍ରଶଂସନୀୟ। ବହୁ ବର୍ଷ ପରେ ଚଳଚ୍ଚିତ୍ର ନିର୍ମାତା ତଥା ହ୍ରିତିକଙ୍କ ପିତା ରାକେଶ ରୋଶନ ନିଜେ ଜଣେ ଜଣାଶୁଣା ଏହି ବିଷୟରେ କହିଥିଲେ। ସେ କହିଥିଲେ ଯେ, କୋର୍ଟରେ ଛାଡପତ୍ର ହେବା ପରେ ହ୍ରିତିକ ନିଜେ ଆଗକୁ ଆସି ସୁଜାନେଙ୍କ ପାଇଁ କାରର କବାଟ ଖୋଲିଥିଲେ। ଏଭଳି ଘଟଣା ତାଙ୍କ ଚରିତ୍ରକୁ ଦର୍ଶାଏ। ଏହା କେହି କାହାକୁ ଶିଖାଇ ପାରିବେ ନାହିଁ, ତାହା ତୁମ ଭିତରୁ ଆସେ।
୨୦୦୦ ମସିହାରେ ନିଜେ ହ୍ରିତିକ ତାଙ୍କ ଗର୍ଲଫ୍ରେଣ୍ଡ ସୁଜାନେଙ୍କୁ ବିବାହ କରିଥିଲେ। ସେମାନଙ୍କର ସମ୍ପର୍କ ୧୪ ବର୍ଷ ଧରି ଚାଲିଥିଲା। ୨୦୧୩ରେ, ସେମାନଙ୍କ ମଧ୍ୟରେ ମତଭେଦ ଆସିଥିଲା। ପରେ ଏହାର ବର୍ଷକ ପରେ ସେମାନେ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ।

Share