ଜୁନ୍‌ରେ ଆରମ୍ଭ ହେବ କ୍ରିସ-୪ର ଶୁଟିଂ!

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଏଇ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ତେବେ ହ୍ରିତିକ୍‌ ଏବେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମର ଶୁଟିଂକୁ ନେଇ ଖୁବ ବ୍ୟସ୍ତ ଥିବା ଜଣାପଡିଛି। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ଓ ଦୀପିକା ମଧ୍ୟ ନଜର ଆସିବେ। ସେପଟେ ବାପା ରାକେଶ ରୋଶନ କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। କୁହାଯାଉଛି କି ଜୁନ୍‌ରେ ଏହି ଫିଲ୍ମର ଶୁଟିଂ କାମ ଆରମ୍ଭ ହୋଇଯିବ। କିନ୍ତୁ ଏହି ଫିଲ୍ମରେ କିଏ ଲିଡ ହିରୋଇନ ହେବେ ସେନେଇ ରାକେଶ ରୋଶନ ଏଯାଏ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଫିଲ୍ମର ସବୁ ସିରିଜ୍‌ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ ରୋଲ୍‌ରେ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ କି କ୍ରିସ-୪ରେ ଦୀପିକା ନଜର ଆସିପାରନ୍ତି ବୋଲି ଚର୍ଚ୍ଚ ଚାଲିଛି।

Share