ପରଲୋକରେ ହ୍ରିତିକ୍‌ଙ୍କ ଆଈ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଈ ପଦ୍ମା ରାଣୀ ଓମପ୍ରକାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ହ୍ରିତିକଙ୍କ ବାପା ରାକେଶ ରୋଶନ ସୂଚନା ଦେଇଛନ୍ତି। ପଦ୍ମା ରାଣୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତେବେ ବୟସ ସମନ୍ଧୀୟ ସମସ୍ୟା ଯୋଗୁ ତାଙ୍କ ଦେହାନ୍ତ ହୋଇଛି। ପଦ୍ମା ରାଣୀ ବଲିଉଡର ଫିଲ୍ମ ମେକର ଜେ ଓମ ପ୍ରକାଶଙ୍କ ସ୍ତ୍ରୀ।

Share