ହ୍ରିତିକ୍‌ଙ୍କ ପରିବାର ସହ ନଜର ଆସିଲେ ସବା, ଫଟୋ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ହ୍ରିତିକ୍‌ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କ ସହ ବହୁଥର ଏକାଠି ନଜର ଆସିଛନ୍ତି। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳୁଛି। ତେବେ ନିକଟରେ ସବାଙ୍କୁ ଲଞ୍ଚ ସମୟରେ ହ୍ରିତିକ୍‌ଙ୍କ ପରିବାର ସହ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହ୍ରିତିକ୍‌ ରୋଶନଙ୍କ ଦାଦା ତଥା ମ୍ୟୁଜିକ୍‌ କମ୍ପୋଜର୍‌ ରାଜେଶ ରୋଶନ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର୍‌ କରିଛନ୍ତି । ଯେଉଁଥିରେ ହ୍ରିତିକ୍‌ ଓ ସବା ପରିବାର ସହିତ ଏକାଠି ବସିଥିବା ନଜର ଆସିଛନ୍ତି । ଫଟୋରେ ହ୍ରିତିକ୍‌ଙ୍କ ମାଆ ପିଙ୍କି ରୋଶନ, ପୁଅ ରିହାନ ଓ ରେଦାନ, ଅନ୍ୟ ସଦସ୍ୟ ମାନଙ୍କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଫଟୋ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

Share