Categories: ଖେଳ

ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ଖବରକୁ ନେଇ ଏମିତି କହିଲେ ହ୍ରିତିକ

ଅଭିନେତା ହ୍ରିତିକ ରୋଶନ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଉଭୟ ଖୋଲାଖୋଲି ପ୍ରେମ ପ୍ରକାଶ କରୁଛନ୍ତି। ନିକଟରେ ଚର୍ଚ୍ଚା ହେଉଥିଲା, ହ୍ରିତିକ କୁଆଡେ ୧୦୦ କୋଟି ଟଙ୍କାର ବଙ୍ଗଳାରେ ଗର୍ଲଫ୍ରେଣ୍ଡ ସବାଙ୍କ ସହ ରହିବାକୁ ଯାଉଛନ୍ତି। ଏହି ଖବରକୁ ନେଇ ହ୍ରିତିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ‘ଇଣ୍ଡିଆଟୁଡେ’ର ରିପୋର୍ଟ ଟୁଇଟରରେ ପୋଷ୍ଟ କରି ହ୍ରିତିକ ଏହି ଖବରକୁ ମିଥ୍ୟା ବୋଲି ସେ କହିଛନ୍ତି।
ହ୍ରିତିକ ଲେଖିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ, ମୁଁ ଜାଣେ ଯେ ଜଣେ ପବ୍ଲିକ୍‌ ଫିଗର ହୋଇଥିବାରୁ ଲୋକମାନେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି ଏବଂ ସର୍ବଦା ମୋ ଉପରେ ନଜର ରଖନ୍ତି। କିନ୍ତୁ ଭଲ ହେବ ଲୋକମାନେ ଭୁଲ ତଥ୍ୟଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌।
ନିକଟରେ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, ହ୍ରିତିକ ରୋଶନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମନ୍ନତ ନାମକ ଏକ ଆପାର୍ଟମେଣ୍ଟରେ ଏକାଠି ରହିବେ। ନିକଟରେ ହ୍ରିତିକ ଏହି ଆପାର୍ଟମେଣ୍ଟକୁ ୯୭.୫୦ କୋଟିରେ କିଣିଛନ୍ତି।
ଆଜିକାଲି ସବା ଆଜାଦ ତାଙ୍କ ସିରିଜ ରକେଟ ବୟଜ୍‌-୨ ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି। ହ୍ରିତିକ ରୋଶନ ଆସାମରେ ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ ପାଇଁ ଶୁଟିଂ କରୁଛନ୍ତି।

 

Share