ଆକ୍ସନ୍‌ ଫିଲ୍ମରେ ନଜର ଆସିବେ ହ୍ରିତିକ୍‌-ସୈଫ, ସେପ୍ଟେମ୍ବରରେ ହେବ ରିଲିଜ୍‌

ବଲିଉଡ ରକ୍‌ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ତେବେ ଟ୍ରେଲରରେ ହ୍ରିତିକ ଜଣେ ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ନଜର ଆସୁଥିବା ବେଳେ ସୈଫ ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିଛନ୍ତି। ପୁଷ୍କର ଗାୟତ୍ରୀ ନିର୍ଦ୍ଦେଶିତ ଫିଲ୍ମଟି ୧୭୫ କୋଟିର ବଜେଟ୍‌ରେ ନିର୍ମିତ ହୋଇଛି। ଏହି ଫିଲ୍ମରେ ହ୍ରିତିକ୍‌- ସୈଫଙ୍କ ବ୍ୟତିତ ଯୋଗିତା ବିହାଣି, ରାଧିକା ଅପ୍ଟେ, ରୋହିତ୍‌ ସୁରେଶ ଆଦି ଅଭିନୟ କରିଛନ୍ତି।

Share