ପ୍ରଶଂସକଙ୍କ ପାଦ ଛୁଇଁଲେ ହ୍ରିତିକ୍‌

ଅଭିନେତା ହ୍ରିତିକ ରୋଶନ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ କେବଳ ଅଭିନୟରେ ନୁହେଁ, ଡ୍ୟାନ୍ସରେ ମଧ୍ୟ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ହ୍ରିତିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରଶଂସକମାନେ ତାଙ୍କ ନମ୍ରତା ଉପରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
ଭାଇରାଲ ଭିଡିଓରେ ହ୍ରିତିକ ରୋଶନ ଏକ ଇଭେଣ୍ଟରେ ଦେଖିବାକୁ ମିଳିଛି। ଏହି ଅବସହରରେ ମଞ୍ଚ ଉପରକୁ ଜଣେ ଯୁବକ ଚଢି ତାଙ୍କ ପାଦ ଛୁଇଁଥିଲେ। ଏହା ଦେଖି ହ୍ରିତିକ୍‌ ମଧ୍ୟ ତାଙ୍କୁ ଅଟକାଇ ତୁରନ୍ତ ତାଙ୍କ ପାଦ ସ୍ପର୍ଶ କରିଥିଲେ। ହ୍ରିତିକଙ୍କ ଏଭଳି ଆଚରଣ ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସା କରୁଛନ୍ତି।
ଫିଲ୍ମ ‘ବିକ୍ରମ ବେଦ’ ସହିତ ପ୍ରାୟ ୨୦ବର୍ଷ ପରେ ହ୍ରିତିକ ଏବଂ ସୈଫ ଅଲ୍ଲୀ ଖାନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ହ୍ରିତିକଙ୍କୁ ଏକ ନକାରାତ୍ମକ ଭୂମିକାରେ ନଜର ଆସିବେ।

Share