ଏହି ଅଭିନେତ୍ରୀଙ୍କ ପାଇଁ ହ୍ରିତିଙ୍କ ହୋଇଥିଲା ଛାଡପତ୍ର

ବଲିଉଡର ସୁପରଷ୍ଟାର ହ୍ରିତିକ୍‌ ରୋଶନ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ୍‌ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ କୁହାଯାଇଥିଲା ଯେ, ସେମାନଙ୍କ ଛାଡପତ୍ର କାରଣ ହ୍ରିତିକ ଓ କଙ୍ଗନା ରାଣାଓ୍ବତଙ୍କର ପ୍ରେମ ସମ୍ପର୍କ ଅଛି। କିନ୍ତୁ ପରେ ଏହା କେବଳ ଗୁଜବ ପ୍ରମାଣିତ ହୋଇଥିଲା। ହ୍ରିତିକ ଏବଂ କଙ୍ଗନା ‘କାଇଟ୍ସ’ ଏବଂ ‘କ୍ରିଶ ୩’ ରେ ଏକାଠି କାମ କରିଥିଲେ। ସେତେବେଳେ ଉଭୟଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା। କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ, ହ୍ରିତିକ ସୁଜାନେଙ୍କଠାରୁ ଅଲଗା ହେବା ପରେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ଏହାର ଜବାବରେ ହ୍ରିତିକ କହିଥିଲେ ଯେ, କଙ୍ଗନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କଙ୍ଗନାଙ୍କୁ ଏକୁଟିଆ କେବେ ଭେଟି ନାହାନ୍ତି । ପରେ କଙ୍ଗନା ଏବଂ ହ୍ରିତିକଙ୍କର ଏ ଅନ୍ତରଙ୍ଗ ଫଟୋ ଲିକ ହୋଇଥିଲା। ଫଟୋରେ ହ୍ରିତିକଙ୍କ ବାହୁରେ କଙ୍ଗନା ନଜର ଆସିଥିଲେ।

Share