ଟାଇଗରଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ହ୍ରିତିକ୍‌ଙ୍କ ଭଉଣୀ

ବମ୍ବେ:ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନଙ୍କ ଭଉଣୀ। ଦାଦା ରାଜେଶ ରୋଶନଙ୍କ ଝିଅ ପଶ୍ମିନା ଟାଇଗରଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ଏଭଳି ହୁଏ ତେବେ ଦର୍ଶକ ନୂଆ ଯୋଡ଼ିକୁ ପରଦାରେ ଦେଖିବେ। ତେବେ ବ୍ୟକ୍ତିଗତ ଜୀବନ ଦେଖିଲେ ପଶ୍ମିନା କାର୍ତ୍ତିକ ଆର୍ୟନଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

ପଶ୍ମିନାଙ୍କ ଫିଲ୍ମ ଡେବ୍ୟୁ ବିଷୟରେ କଥା ହେଲେ ସେ ରୋହିତ ଶରାଫ, ଜିବ୍ରାନ ଖାଁ ଏବଂ ନାଲିୟା ଗ୍ରଓ୍ବୋଲଙ୍କ ସହ ନଜର ଆସିବେ। ୨୦୨୨ରୁ ଏନେଇ ଘୋଷଣା କରାଯାଇଛି। ସେହିଭଳି ଟାଇଗର ଏବେ ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମ ‘ସିଂଘମ ୩’ରେ ନଜର ଆସିବେ।

Share