Advertisement

ହୃଷୀଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବ: ନିରଞ୍ଜନ

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କଲ୍ୟାଣ ମଣ୍ଡପରେ ଗୁରୁବାର ପାଟଣା ନିର୍ବାଚନ ମଣ୍ଡଳସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବ ପୂର୍ବରୁ ରାଜ୍ୟ ନେତୃତ୍ୱଙ୍କୁ ରାଜନଗର ଛକରୁ ଏକ ବିରାଟ ପଟୁଆରରେ ରାଜଗର କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ଆୟୋଜିତ ମିଶ୍ରଣ ପର୍ବରେ ଜିଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ମିଶ୍ରଣ ପର୍ବରେ ପାଟଣା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ହୃଷିକେଶ ନାଏକ ବିଜେଡି ଛାଡି ଶତାଧିକ ସର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ଶହ ଅନ୍ୟଦଳର ଶତାଧିକ କର୍ମୀ କଂଗ୍ରେସରେ ଯୋଗ ଦେଇଥିବା ବ୍ଲକ ସଭାପତି ଶତ୍ରୁଘ୍ନ ସିଂ କହିଛନ୍ତି।

ପୂର୍ବତନ ବିଧାୟକ ନାଏକଙ୍କୁ କଂଗ୍ରେସ ନେତା ନିରଞ୍ଜନ ଏବଂ ଜୟଦେବ ଜେନା ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ହୃଷୀକେଶଙ୍କ କଂଗ୍ରେସରେ ଯୋଗଦାନ ଉଭୟ ପାଟଣା ଓ କେନ୍ଦୁଝର ଜିଲାରେ ଦଳକୁ ସୁଦୃଢ଼ କରିବ ବୋଲି ନିରଞ୍ଜନ କହିଥିଲେ।

ପାଟଣା ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଇଂ ବିନୋଦ ବିହାରୀ ନାୟକ, ଗୌର ହରି ନାଏକ, ପାଟଣା ବ୍ଲକ କଂଗ୍ରେସ ସଭାପତି ସିଂ, ସାହାରପଡ଼ା ବ୍ଲକ କଂଗ୍ରେସ ସଭାପତି ମୁକୁନ୍ଦ ମହାନ୍ତ, ଜିଲା ସେବାଦଳ ସଭାପତି ବିରଭଦ୍ର ମହାନ୍ତ, ସଂଯୋଜକ ଶିବ କୁମାର ବେହେରା, ଜିଲା ଓବିସି ସେଲ ଅଧ୍ୟକ୍ଷ ଯଦୁମଣି ବାରିକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ଲକ୍ଷ୍ମଣ ଦାଶ, ବସନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share