Categories: ବାଣିଜ୍ୟ

ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡର ଡିଜିଟାଲ କ୍ୟାମ୍ପେନ

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡର ନୂତନ ଅଭିଯାନ ‘ଅପ୍‌ନେ ଏସ୍‌ଆଇପି କୋ ଦୋ ପ୍ରମୋଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଏହି ଅଭିଯାନ ଜରିଆରେ ଏକ ନୂଆ ଡିଜିଟାଲ କ୍ୟାମ୍ପେନର ମଧ୍ୟ ଉନ୍ମୋଚନ କରାଯାଇଛି। ଏହି କ୍ୟାମ୍ପେନରେ ୩୦ ସେକେଣ୍ଡ ଲେଖାଏ ୩ଟି ସର୍ଟ ଫିଲ୍ମର ଏକ ସିରିଜ ରହିଛି, ଯାହା ନିବେଶକଙ୍କୁ ସେମାନଙ୍କ ଏସ୍‌ଆଇପି ଉପରେ ଏକ ଟପ୍‌ ଅପ୍‌ ସୁବିଧା ପାଇଁ ବିକଳ୍ପ ଚୟନକରି ସେମାନଙ୍କ ଅର୍ଥକୁ ଏକ ଯୋଗ୍ୟ ପ୍ରମୋଶନ ଦେବାର ବିଚାରଧାରାକୁ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରୁଛି। ଏ ସମ୍ପର୍କରେ ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡର ସିଇଓ କୈଳାସ କୁଲ୍‌କର୍ନୀ କହିଛନ୍ତି, ଆମର ଅପ୍‌ନେ ଏସ୍‌ଆଇପି କୋ ଦୋ ପ୍ରମୋଶନ ଶୀର୍ଷକ କ୍ୟାମ୍ପେନ ମାଧ୍ୟମରେ ଆମେ ଯୌଗିକର ଶକ୍ତି ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛୁ, ଯାହା ଏକ ଏସ୍‌ଆଇପି ଟପ୍‌-ଅପ୍‌ ଆଣୁଛି।

Share