‘ଏଚ୍‌ଏସଟିଡିଭି’ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍‌ଏସଟିଡିଭି(ହାଇପର୍‌ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଶବ୍ଦର ଗତିଠାରୁ ୬ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍କାର୍ମ ଜେଟ ଇଞ୍ଜିନ ବ୍ୟବହାର କରାଯାଇଛି। ଏହା ହାଇପରସୋନିକ ଓ ଦୂରଗାମୀ କ୍ରୁଜ ମିଶାଇଲକୁ ବହନ କରିପାରିବ। ସୂଚନାଯୋଗ୍ୟ, ଏହାର ବେଗର ତୀବ୍ରତା ଯୋଗୁ ଏହି କ୍ଷେପଣାସ୍ତ୍ରକୁ ଅନ୍ୟ ରାଡାର ଠାବ କରିବା ସହଜ ହୋଇ ନ ଥାଏ।

Share