Categories: ଜାତୀୟ

ମୋଦିଙ୍କ ପାଇଁ ଚିନ୍ତିତ ଏହି ବରିଷ୍ଠ ନେତ୍ରୀ, ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୩।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଉମା ଭାରତୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟା ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ସେ ସରୟୁ ନଦୀ ତଟରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ସମାପ୍ତ ପରେ ରାମ ଲଲା ଦର୍ଶନ କରିବେ ବୋଲି ସେ କହିଛନ୍ତି। ଜଣେ ପରେ ଜଣେ ଭାଜପା ନେତା କରୋନା ଚିହ୍ନଟ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଉମା ଭାରତୀ ଟୁଇଟ କରି କହିଛନ୍ତି ଯେ, ମୁଁ ଅମିତ ଶାହା ଜୀ ଏବଂ ୟୁପି ଭାଜପା ନେତାଙ୍କ କରୋନା ପଜିଟିଭ ବିଷୟରେ ଶୁଣିବା ପରେ ମୁଁ ମନ୍ଦିରର ଶିଳାନ୍ୟାସ ସମୟରେ ଉପସ୍ଥିତ ହେବାକୁ ଥିବା ଲୋକଙ୍କ ପାଇଁ ଖାସ୍‌ ଭାବେ ନରେନ୍ଦ୍ର ମୋଦିଙ୍କ ପାଇଁ ବିଶେଷ ଚିନ୍ତିତ ଅଛି। ଏହି କାରଣରୁ ସେଠାକୁ ନ ଯିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳକୁ ଅପିଲ କରୁଛି ସ୍ଥାପନା ସମାରୋହକୁ ଆମନ୍ତ୍ରିତ ଅତିତତ୍ ତାଲିକାରୁ ମୋ ନାମକୁ ହଟାଇ ଦିଆଯାଉ।

Share