ତାଲିବାନକୁ ବନ୍ଧୁତ୍ୱର ହାତ ବଢାଇଲା ଚାଇନା!

ବେଜିଂ,୧୬ ।୮: ଆଫଗାନିସ୍ତାନକୁ ତାଲିବାନ ତା’ ଅକ୍ତିୟାରକୁ ନେବା ପରଠାରୁ ସାରା ବିଶ୍ୱର ନଜର ତାଲିବାନ ଉପରେ । ଇତିମଧ୍ୟରେ ଆଫଗାନିସ୍ତାନରେ ଥିବା ତାଲିବାନ ସହ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିବାକୁ ହାତ ବଢାଇଛି ଚାଇନା । ନ୍ୟୁଜ ଏଜେନ୍ସି ଏଏଫ୍‌ପି ଠାରୁ ଏହି ସୂଚନା ମିଳିଛି । ଚାଇନାର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ତାଲିବାନ୍ ଖୁବଶୀଘ୍ର ଆଫଗାନୀସ୍ତାନରେ ତା’ର ସମ୍ପୂର୍ଣ୍ଣ ଉପସ୍ଥିତି ଜାହିର କରିବାକୁ ଯାଉଛି । ରବିବାର ତାଲିବାନର ଜଣେ ଅଧିକାରୀ କହିଛନ୍ତି ବିଦ୍ରୋହୀ ସଙ୍ଗଠନ ଖୁବଶୀଘ୍ର ରାଷ୍ଟ୍ରପତି ଭବନ ପରିସରରେ ଆଫଗାନିସ୍ତାନକୁ ଇସଲାମି ଅମିରାତ ପ୍ରସ୍ତୁତିର ଘୋଷଣା କରିବ ।

Share