ଆମେରିକାରେ ଝଡ ତୋଫାନ ହେବାର ଆଶଙ୍କା, ୨୬୦୦ ଉଡାଣ ବାତିଲ

ଓ୍ବାଶିଂଟନ୍‌,୮।୮: ଆମେରିକାରେ ଏକ ବଡ଼ ଝଡ ତୋଫାନର ଆଶଙ୍କା ରହିଛି। ଏହି କାରଣରୁ ହଜାର ହଜାର ବିମାନ ବାତିଲ କରାଯାଇଛି। ରାଜଧାନୀ ୱାଶିଂଟନ୍‌ର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ସକାଳେ ବନ୍ଦ ରହିଥିଲା। ବାସ୍ତବରେ ଆମେରିକାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ ହେବାର ସମ୍ଭାବନା ରହିଛି, ଯେଉଁଥିରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ବିପଦକୁ ଦୃଷ୍ଟିରେ ରଖି ୱାଶିଂଟନ୍‌ରେ ସ୍କୁଲ ବନ୍ଦ ରହିଛି ଏବଂ ଏହା ସହିତ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଆମେରିକାର ପାଣିପାଗ ପୂର୍ବାନୁମାନ ଏଜେନ୍ସି ସୋମବାର ଏକ ଚେତାବନୀ ଦେଇ କହିଛି ଯେ ,ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥିତି ସାଂଘାତିକ ହୋଇପାରେ। ଆମେରିକାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ଏବଂ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ।

Share