
ଗଞ୍ଜାମ,୪ା୪(ବିଦ୍ୟାଧର ସାହୁ): ଶତ୍ରୁସୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ପଲେଇଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ରୂପେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଚିତ୍ରା ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଏବିଇଓ ବିଜୟ ବେହେରା, ସୁବଳୟା ପଞ୍ଚାୟତର ସରପଞ୍ଚ ସସ୍ମିତା ବେହେରା, ବେଲପଡ଼ା କ୍ଲଷ୍ଟରର ସିଆରସିସି ସୌମ୍ୟରଂଜନ ସାହୁ, ବେଲପଡ଼ା କ୍ଲଷ୍ଟରର ପୂର୍ବତନ ସିଆରସିସି ନରସିଂହ ବେହେରା, ହୁମ୍ମା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢ଼ୀ, ସୁବଳୟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରମାନଙ୍କୁ ଭଲ ପାଠପଢ଼ି ରାଷ୍ଟ୍ର ବିକାଶରେ ଭାଗିଦାରୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ଅରୁନ୍ଧତୀ ରାଉତ, ସିପ୍ରା ସରସ୍ବତୀ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।