ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି। ସେହିପରି ଅନ୍ୟ ଦେଶ ଅପେକ୍ଷା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଆମେରିକା ଅଧିକ ଭିଜା ପ୍ରଦାନ କରିଛି। ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।
ଭାରତରେ ଥିବା ଆମେରିକା ଦୂତାବାସ କୂଟନୈତିକ ପାଟ୍ରିସିଆ ଲାସିନା କହିଛନ୍ତି ଯେ, ଚେନ୍ନାଇ, ହାଇଦ୍ରାବାଦ୍,କୋଲକାତା ଏବଂ ମୁମ୍ବାଇରେ ଥିବା ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଚଳିତ ବର୍ଷ ମେରୁ ଅଗଷ୍ଟ ମଧ୍ୟରେ ବହୁ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ଭିଜା ପ୍ରଦାନ କରାଯାଇଛି।
କରୋନା ମହାମାରୀ ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକା ଯିବା ପାଇଁ ଆଗ୍ରହ ବୃଦ୍ଧି ପାଇଥିବା ଲାସିନା କହିଛନ୍ତି।