Categories: ବାଣିଜ୍ୟ

ଭାରତରେ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିବ ହୁଆଓ୍ବି

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଦ୍ୱାରା ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଟକଣା ଲାଗୁ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୫୯ ଚାଇନା ଉପରେ ବ୍ୟାନ୍‌ ଲାଗିବାରୁ ସେଠାକାର କମ୍ପାନୀଗୁଡିକ ଭାରତରେ କାରବାର କରିବା ଆଶା ମଉଳିଯାଇଛି। ଏଭଳି ପରିସ୍ଥିତିରେ ଚାଇନାର ଟେଲିକମ୍‌ କମ୍ପାନୀ ହୁଆଓ୍ବି ଟେକ୍ନୋଲୋଜି ଭାରତରେ କାରବାର କରିବା ଲକ୍ଷ୍ୟକୁ ହ୍ରାସ କରିଛି। ଏହା ସହ କମ୍ପାନୀ ଭାରତରେ କାମ କରୁଥିବା ଏହାର ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ପୂର୍ବରୁ କମ୍ପାନୀ ଭାରତ ବଜାର ଲାଗି ୮୦୦ ନିୟୁତ ଡଲାର କାରବାର କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନ ଏହାକୁ ୩୦୦ରୁ ୫୦୦ ନିୟୁତ ଡଲାରକୁ ଖସାଇ ଦେଇଛି। ଏହାବାଦ୍‌ କମ୍ପାନୀ ଭାରତରେ କାମ କରୁଥିବା ଏହା ୬୦ରୁ ୭୦% ଷ୍ଟାଫ୍‌ଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share