Posted inଫୁରସତ

‘ଆ କେ ତେରି ବାହୋମେଁ’…

ଭୁବନେଶ୍ୱର, ୧୨।୨(ବନ୍ଦନା ସେଠୀ):‘ଆ କେ ତେରି ବାହୋମେଁ, ହର୍‌ ଶାମ୍‌ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ ସୁରକ୍ଷିତ ମନେ କରିଥାଏ ଏବଂ ମନରେ ଥିବା ବିଶ୍ୱାସ ଆହୁରି ଦୃଢ଼ ହୋଇଥାଏ। ସେଥିପାଇଁ ତ ପରସ୍ପରକୁ ନିଜ ବାହୁ ବନ୍ଧନରେ ଆବଦ୍ଧ କରିବା ପାଇଁ ପ୍ରେମ ସପ୍ତାହରେ ଏକ ସ୍ବତନ୍ତ୍ର ଦିନ ରହିଛି। ପ୍ରେମ ସପ୍ତାହର ଷଷ୍ଠ ଦିନକୁ ଅର୍ଥାତ୍‌ ଫେବୃଆରୀ ୧୨କୁ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଏ। ଯଦିଓ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ଖାସ୍‌ ହୋଇଥାଏ, ତେବେ ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ସବୁଦିନ କିଛି ସ୍ବତନ୍ତ୍ରତା ବହନ କରିଥାଏ। ଆଉ ପ୍ରେମୀଯୁଗଳ ଏହି ଦିନଗୁଡିକୁ ପାଳନ କରି ତାହାକୁ ସ୍ମରଣୀୟ କରିବା ସହ ନିଜ ସମ୍ପର୍କକୁ ଆହୁରି ସୁଦୃଢ କରିଥାନ୍ତି। ଆଲିଙ୍ଗନ କେବଳ ଶରୀରର ସ୍ପର୍ଶ ନୁହେଁ ବରଂ ଏହା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିବାର ଅବ୍ୟକ୍ତ ମାଧ୍ୟମ। ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଥିବା ଭଲପାଇବା ନିବିଡ଼ ହେବା ସହ ଏକ ନିଆରା ଅନୁଭବ ଆଣିଦେଇଥାଏ। ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବକୁ ବୁଝାଏ। ତେଣୁ ପ୍ରତ୍ୟେକ ପ୍ରେମରେ ଥିବା ପ୍ରତ୍ୟେକ ଯୋଡ଼ା ପରସ୍ପରର ହାତ ଧରିବା, ପରସ୍ପରକୁ ଆଲିଙ୍ଗନ କରିବାକୁ ଭଲ ପାଆନ୍ତି। ତେବେ ଆଲିଙ୍ଗନ କରିବା କେବଳ ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସୀମିତ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜ ମା’ ବାପାଙ୍କୁ, ପିଲାଙ୍କୁ, ସାଙ୍ଗସାଥୀଙ୍କୁ ବିଭିନ୍ନ ସମୟରେ ଆଲିଙ୍ଗନ କରିଥାଏ। ତେବେ ଏହି ଦିବସଟି କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ସମର୍ପିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri