ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୩୦ା୧୨(ଅଜିତ୍‌ କୁମାର ମହାନ୍ତି):ପୁରୁଣା ବର୍ଷ-୨୦୨୪କୁ ବିଦାୟ ଏବଂ ନୂଆବର୍ଷ-୨୦୨୫କୁ ସ୍ବାଗତ କରିବା ପାଇଁ ଏବେଠୁ ପୁରୀରେ ଭକ୍ତ ଓ ପଯ ୍ୟର୍ଟକଙ୍କ ଭିଡ଼ ପରିଲକ୍ଷିତ ହେଲାଣି। ସେହିପରି ଚଳିତବର୍ଷର ଶେଷ ରବିବାର ଛୁଟିଦିନରେ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଭକ୍ତମାନେ ବ୍ୟାରିକେଡ୍‌ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବା ଅନେକ ଭକ୍ତ ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ପକ୍ଷରୁ ମାର୍କେଟଛକଠାରୁ ବ୍ୟାରିକେଡ୍‌ କରାଯାଇଛି। ତେବେ ଛୋଟପିଲା ଓ ବୃଦ୍ଧାବୃଦ୍ଧ ସମସ୍ତଙ୍କୁ ବ୍ୟାରିକେଡ୍‌ରେ ଘଣ୍ଟାଘଣ୍ଟା ଠିଆହେବାକୁ ପଡୁଛି। ବ୍ୟାରିକେଡ୍‌ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବ୍ୟବସ୍ଥା ନ ଥିବାରୁ ଭକ୍ତ ଡହଳବିକଳ ହୋଇଥିଲେ। ଗଞ୍ଜାମରୁ ଆସିଥିବା ଏସ୍‌.ରୂପାବତୀ ପୃଷ୍ଟିଙ୍କ କହିବା ଅନୁଯାୟୀ, ସେ ତାଙ୍କ ପରିବାର ସହ ନୂଆବର୍ଷ କଟାଇବା ନିମନ୍ତେ ପୁରୀ ଆସିଛନ୍ତି। ରବିବାର ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିଲେ। ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରାୟ ୪ରୁ ୫ ଘଣ୍ଟା ବ୍ୟାରିକେଡ୍‌ରେ ଠିଆ ହେବାକୁ ପଡ଼ିଲା। ତେଣୁ ପ୍ରଶାସନ ପକ୍ଷରୁ ଅଧିକ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେହିପରି ଆସାମରୁ ଆସିଥିବା ପୂଜାରାଣୀ ଚକ୍ରବର୍ତ୍ତୀ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପରିବାର ସହ ଆସିଥିଲୁ। ଭୋର ୩ଟାରୁ ଧାଡ଼ିରେ ଠିଆହେବା ପରେ ସକାଳ ପ୍ରାୟ ୯ଟା ୩୦ ବେଳକୁ ଦର୍ଶନ କରିବାର ସୁଯୋଗ ମିଳିଲା। ବହୁତ ସମୟ ଧରି ଅପେକ୍ଷା କରିବାକୁୁ ପଡ଼ୁଛି। ସେହିପରି ପ୍ରବଳ ଗହଳି କାରଣରୁ ପରିବାର ଲୋକେ ହଜିଯାଉଛନ୍ତି। ତେଣୁ ଏହି ସମସ୍ୟା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭିଡ଼ ହେଉଛି। ବିଗତ କିଛିବର୍ଷ ହେବ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ମନ୍ଦିର ପରିସର ବୃଦ୍ଧି ପାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଭଲ ଭାବେ ଦର୍ଶନ କରାଯିବାର ବ୍ୟବସ୍ଥା କରାଯାଉଛି। ସେବାୟତମାନେ ମଧ୍ୟ ସହଯୋଗ କରୁଛନ୍ତି। ସେହିପରି ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି, ଭକ୍ତଙ୍କ ସୁବିଧା ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ଏବଂ ସ୍ବେଚ୍ଛାସେବୀ ନିୟୋଜିତ ରହି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରିବାରେ ସହଯୋଗ କରିବେ ବୋଲି ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଭକ୍ତଙ୍କ ଭିଡ଼ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ନାଟମଣ୍ଡପରୁ ସମସ୍ତ ଅବରୋଧ ହଟାଯିବା ସହ ଅଧିକୃତ ଆବଶ୍ୟକୀୟ ଆଲମିରାକୁ ଛାଡ଼ି ସମସ୍ତ ଅନଧିକୃତ ଅବରୋଧକୁ ହଟାଯାଇଛି। ବର୍ଷର ଶେଷଦିନ ଅର୍ଥାତ୍‌ ଡିସେମ୍ବର ୩୧ ଓ ବର୍ଷର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରି ଦର୍ଶନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘନ କୁହୁଡ଼ି ନେଇ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌...

ପିକ୍‌ନିକ୍‌ କରିବାକୁ ଯାଇଥିଲେ: ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ବୋରିଗୁମ୍ମା,୨ା୧(ବିଜୟ ସାହୁ)- ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବିସିଂପୁର ଥାନା ଅଧୀନ ନକୁଳଗୁଡ଼ା ଗ୍ରାମରେ ନୂତନ ବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ...

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ...

କୁକୁଡ଼ାଫାର୍ମ ଛାତରୁ ଖସି ଶ୍ରମିକ ମୃତ

ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମ ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ

ଦିଗପହଣ୍ଡି,୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ସେକ୍ସନ ଗଙ୍ଗାପୁର ପଞ୍ଚାୟତ ପ୍ରଥମ ଢେପାଗୁଡ଼ା ଗାଁ ନିକଟ ଆଖୁବାଡରେ ଖଞ୍ଜା...

ମାଙ୍କଡ ଆତଙ୍କ: ଆକ୍ରମଣରେ ୧୫ରୁ ଊଦ୍ଧର୍‌ବ ଆହତ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ କିଛିଦିନ ହେଲା ମାଙ୍କଡ ଆତଙ୍କ ଦେଖାଦେଇଛି। ସହରସ୍ଥିତ ଗୋଦାମପଡ଼ାର ମାଙ୍କଡ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି...

ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ତୀରମାଡ଼ କରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

ଖସିଲା ପାରଦ: ବଢ଼ିଲା ଶୀତ, କାଲୁଆ ମାରିଯାଉଛି ଦେହହାତ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri