Categories: ଖେଳ

ପ୍ରଜ୍ଞାନନ୍ଦଙ୍କୁ ସ୍ବାଗତ ପାଇଁ ପ୍ରବଳ ଭିଡ଼

ଚେନ୍ନାଇ,୩୦।୮: ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ଶ୍ରେଷ୍ଠ ଚେସ ଖେଳାଳି ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ବିଶ୍ୱକପରେ ସର୍ବକନିଷ୍ଠ ରନର୍‌ ଅପ ହେବା ପରେ ଘରକୁ ଫେରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚେସ ବିଶ୍ୱକପରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ପରାସ୍ତ କରିବା ପରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଖ୍ୟାତି ଅର୍ଜନ କରିଛନ୍ତି। ସେ ଘରକୁ ଫେରିବା ପରେ ଚେନ୍ନାଇରେ ବହୁ ସଂଖ୍ୟକ ଲୋକ ତାଙ୍କୁ ସ୍ବାଗତ କରିଥିଲେ। ଭିଡ଼ ମଧ୍ୟରେ ତାଙ୍କୁ ସୁରକ୍ଷା ସହିତ ନିଆଯାଇଥିଲା। ଏହି ସମୟରେ ତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ।
ଚେସ ବିଶ୍ୱକପ୍‌ରେ ଚମତ୍କାର କରିଥିବା ପ୍ରଜ୍ଞାନନ୍ଦଙ୍କ ପିତାମାତା ମଧ୍ୟ ତାଙ୍କ ସଫଳତାରେ ବିଶେଷ ଅବଦାନ ଦେଇଛନ୍ତି। ବିଶେଷକରି ତାଙ୍କ ମା’ ନାଗାଲକ୍ଷ୍ମୀ ଆଜି ବି ତାଙ୍କ ସହିତ ପ୍ରତ୍ୟେକ ବିଦେଶୀ ଭ୍ରମଣରେ ଯାଇ ନିଜ ହାତରେ ଖାଦ୍ୟ ରାନ୍ଧନ୍ତି ଏବଂ ତାଙ୍କୁ ଖାଇବାକୁ ଦିଅନ୍ତି, ଯାହାଫଳରେ ପୁଅର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ ଏବଂ ତାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆନନ୍ଦ ମହିନ୍ଦ୍ରା ତାଙ୍କ ମା ନାଗାଲକ୍ଷ୍ମୀ ଏବଂ ପିତା ରମେଶ ବାବୁଙ୍କୁ ସମ୍ମାନର ଚିହ୍ନ ଭାବରେ ପ୍ରଜ୍ଞାନନ୍ଦଙ୍କୁ ଏକ କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Share