ନେପାଳ ଭୂକମ୍ପରେ ଏ ପର୍ଯ୍ୟନ୍ତ ୧୫୩ ମୃତ, ୨୬୬ ଆହତ, ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

କାଠମାଣ୍ଡୁ,୭।୧୧: ନେପାଳରେ ସୋମବାର ପୁଣିଥରେ ଅନୁଭୂତ ଭୂକମ୍ପରେ ପ୍ରାୟ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ସୋମବାର ଦେଶର ପଶ୍ଚିମ ଭାଗର ଜାଜରର୍କୋଟରେ ଚାରିରୁ ଅଧିକ ତୀବ୍ରତାର ଭୂକମ୍ପ ହୋଇଛି। ଯାହା ପରେ ବର୍ତ୍ତମାନ ଆହତଙ୍କ ସଂଖ୍ୟା ୨୬୬ରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୫୩ ରହିଛି।

ନେପାଳର ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ସୋମବାର ଅପରାହ୍ନରେ ପଶ୍ଚିମ ନେପାଳର ଜାଜରର୍କୋଟରେ ଚାରିରୁ ଅଧିକ ତୀବ୍ରତାର ଭୂକମ୍ପ ଘଟିଛି। ଯେଉଁଥିରେ ୧୬ ଜଣ ଆହତ ହୋଇଛନ୍ତି। ରୁକୁମ ୱେଷ୍ଟରେ ଦଶ ଜଣ ଆହତ ହୋଇଥିବା ବେଳେ ଜାଜରର୍କୋଟରେ ୬ ଜଣ ଆହତ ହୋଇଛନ୍ତି।

ଏହି ସମୟରେ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ଜାଜରର୍କୋଟରେ ହୋଇଥିବା ବଡ଼ ଧରଣର ଭୂକମ୍ପ ଉପରେ ଆଲୋଚନା କରିବା ପାଇଁ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି।ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ପ୍ରେସ ସଂଯୋଜକ ସୌର୍ଯ୍ୟ କିରଣ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି , ଭୂକମ୍ପ ପରେ ରିଲିଫ ଏବଂ ଥଇଥାନ କାର୍ଯ୍ୟ ଉପରେ ଆଲୋଚନା କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ।

Share