ନାଇସ୍‌ କାର୍ନିଭାଲରେ ବିପୁଳ ଉତ୍ସାହ

ନାଇସ୍‌,୧୨ା୨: କରୋନା ମହାମାରୀଜନିତ ଶଟ୍‌ଡାଉନ୍‌ର ଦୁଇବର୍ଷ ପରେ ଫ୍ରାନ୍ସର ନାଇସ୍‌ ସହରରେ ପୁଣି ଆରମ୍ଭ ହୋଇଛି କାର୍ନିଭାଲ। କଳାକାର, ଫ୍ଲୋରିଷ୍ଟ, ଅଭିନେତା, ଟେକ୍ନିସିଆନ୍‌ ଓ ଡ୍ରାଇଭରମାନେ ସେମାନଙ୍କ କଷ୍ଟ୍ୟୁମ୍ସ, ଆକର୍ଷଣୀୟ ଫୁଲ ସଜ୍ଜା ଓ ବିଶାଳକାୟ ଭେଳାଗୁଡ଼ିକ ଉପରେ ଶେଷସ୍ପର୍ଶ ଦେଉଛନ୍ତି। କାର୍ନିଭାଲ ୧୪୯ତମ ସଂସ୍କରଣର ବିଷୟବସ୍ତୁ ରହିଛି ‘କିଙ୍ଗ୍‌ ଅଫ୍‌ ଆନିମଲ୍ସ’। ଏଥର ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପର୍ବରେ ଲୋକେ ପାରମ୍ପରିକ ଭାବେ ଦର୍ଶକଙ୍କୁ ଫୁଲ ଫିଙ୍ଗିଥାଆନ୍ତି। କିନ୍ତୁ ଏଥର ସେମାନଙ୍କୁ ହାତରେ ଧରାଇଦେବାକୁ ନିଷ୍ପତ୍ତି ହୋଇଛି। ସାଧାରଣ ଜନତାଙ୍କ ସହ ପୁନଃ ଯୋଗସୂତ୍ର ସ୍ଥାପନର ଆଗ୍ରହକୁ ପରିପ୍ରକାଶ କରିବା ନିମନ୍ତେ ଏପରି କରାଯାଉଥିବା ଫ୍ଲୋରିଷ୍ଟ ଆସୋସିଏଶନ ନିର୍ଦ୍ଦେଶକ ନିକୋଲେ ବ୍ରାଭି ସୂଚନା ଦେଇଛନ୍ତି।

Share