ମେଟା ସିଇଓଙ୍କ ସୁରକ୍ଷାରେ ୩ ବର୍ଷରେ ବିପୁଳ ଖର୍ଚ୍ଚ, ଚଳିତ ବର୍ଷ ଖର୍ଚ୍ଚ ହେଲାଣି ୧୧୫ କୋଟି…

ଓ୍ବାଶିଂଟନ,୯।୭ : ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଜିକାଲି ତାଙ୍କର ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଏବଂ ନିଜସୁରକ୍ଷା ପାଇଁ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ଜୁକରବର୍ଗଙ୍କ କମ୍ପାନୀ ଗତ ତିନିବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୪୦ ମିଲିୟନ ଡଲାରରୁ ଅଧିକ (ପ୍ରାୟ ୩.୩ ବିଲିୟନ ଟଙ୍କା) ଖର୍ଚ୍ଚ କରିଛି। ତାଙ୍କ ପରିବାର ଦ୍ୱାରା ପରିଚାଳିତ ଫାଉଣ୍ଡେଶନ ପକ୍ଷରୁ ପୋଲିସକୁ ବଦନାମ କରୁଥିବା ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଉଛି।

ଏକ ବିଦେଶୀ ଗଣମାଧ୍ୟମ ଅନୁଷ୍ଠାନର ଅନୁସନ୍ଧାନକାରୀ ଖବରଦାତା ଲି ଫାଙ୍ଗଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଚାନ ଜୁକରବର୍ଗ ଇନିସିଏଟିଭରୁ ଡିଫେଣ୍ଡପୋଲିସ ଡଟ ଅର୍ଗ ନାମରେ ଏକ ସଂସ୍ଥା ମାଧ୍ୟମରେ ପଲିସି ଲିଙ୍କ ପାଇଁ ୨୦୨୦ ରୁ ୩ ମିଲିୟନ ଡଲାର (୨୪.୭୮ କୋଟି) ଦାନ କରାଯାଇଛି।

 

ଡିଫେଣ୍ଡପୋଲିସ ଡଟ ଅର୍ଗ ଆୟୋଜକ ଏବଂ ଓକିଲମାନଙ୍କ ପାଇଁ ଏକ ଷ୍ଟପ-ଶପ ଭାବରେ ନିଜକୁ ଉପସ୍ଥାପନ କରିଥାଏ। ପୋଲିସ ସୁରକ୍ଷା ବାହାରେ ନିଜକୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର, ଉତ୍ସ ଏବଂ ତାଲିମ ଖୋଜୁଥିବା ଲୋକଙ୍କୁ ଏହା ସୁରକ୍ଷା ଯୋଗାଇଥାଏ। ରିପୋର୍ଟରେ ଦର୍ଶାଯାଇଛି ସ୍ତ୍ରୀ ପ୍ରିସିଲା ଚାନଙ୍କ ସହ ଜୁକରବର୍ଗଙ୍କ ଦ୍ୱାରା ସିଜେଡଆଇ ପ୍ରତିଷ୍ଠା କରାଯାଇଥିଲା। ଏଥିସହ ପୋଲିସକୁ ରଦ୍ଦ କରିବାକୁ ଲକ୍ଷ୍ୟ ରଖିଥିବା ସଲିଡାୟାରକୁ ସେ ୨୫ ଲକ୍ଷ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ କମ୍ପାନୀ ଦ୍ୱାରା ଦାଖଲ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀରେ ମେଟା (ଜୁକରବର୍ଗଙ୍କ କମ୍ପାନୀ) ଜୁକରବର୍ଗଙ୍କ ସୁରକ୍ଷା ପାଇଁ ୧୪୨୩ଡଲାର (୧୧୫ କୋଟି ଟଙ୍କା) କୁ ବୃଦ୍ଧି କରିଛି।

କମ୍ପାନୀ ହାଇଲାଇଟ କରିଛି ଯେ ମେଟା କମ୍ପାନୀ ପାଇଁ ତାଙ୍କର ସ୍ଥିତି ଏବଂ ଗୁରୁତ୍ୱକୁ ବିଚାର କରି ଜୁକରବର୍ଗଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କମ୍ପାନୀ ହାଇଲାଇଟ କରିଛି ଜୁକରବର୍ଗ ବାର୍ଷିକ ବେତନରେ ମାତ୍ର ଏକ ଡଲାର ପାଇବାକୁ ଅନୁରୋଧ କରିଛନ୍ତି ଏବଂ କୌଣସି ବୋନସ ଦେୟ, ଇକ୍ୱିଟି ପୁରସ୍କାର କିମ୍ବା ଅନ୍ୟାନ୍ୟ ପ୍ରୋତ୍ସାହନ କ୍ଷତିପୂରଣ ପାଇ ନାହାଁନ୍ତି।

 

Share